ଚାନ୍ଦବାଲି ବିଧାୟକଙ୍କ ଗାଡିକୁ ୨ହଜାର ଟଙ୍କା ଜୋରିମାନା

ପୁରୀ: ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ଗାଡିରୁ ଆଜି ୨ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି। ପୁରୀ ପୁଲିସ ଏହି ଜୋରିମାନା ଆଦାୟ କରିଛି। ବିଧାୟକଙ୍କ ଗାଡି (ଓଡି ୨୨ ଏନ ୦୦୦୧) କଟକଣା ଉଲଂଘନ କରି ଶ୍ରୀ ମନ୍ଦିର ନିକଟରେ ବେଆଇନ ଭାବେ ପାର୍କିଂ ହୋଇଥିଲା। ଫଳରେ ବିଧାୟକଙ୍କ ଗାଡ଼ି ଚାଳକ ୨ ହଜାର ଟଙ୍କା ଜୋରିମାନା ଦେଇଛନ୍ତି। ଏହି ଗାଡ଼ି ବିଧାୟକଙ୍କ ମାଲିକାନାରେ ରହିଛି କିନ୍ତୁ ସେହି ଗାଡ଼ିରେ ବିଧାୟକ ଆସିଛନ୍ତି କି ନାହିଁ ତାହା ଜଣାପଡି ନାହିଁ।

Comments are closed.