ଠିକା ସଂସ୍ଥା ଅଧିକାରୀଙ୍କୁ ଦାଦାବଟି ଦାବି ଓ ୨୦ହଜାର ଟଙ୍କା ଲୁଟ୍: ବିଧାୟକ ପ୍ରାର୍ଥୀ ସମେତ ୩ ଗିରଫ, କାର୍ ଜବତ 

 

ରେଙ୍ଗାଲି: ରେଙ୍ଗାଲି ବ୍ଳକ୍ର ଠେଲକୋଲୋଇ ଥାନା ଅନ୍ତର୍ଗତ ଲପଙ୍ଗା ଠାରେ ଥିବା ଆଦିତ୍ୟ ଆଲୁମିନିୟମ କାରଖାନାର ବଏଲିଂ ପ୍ଲାଣ୍ଟ୍ ପରିଚାଳନା କରୁଥିବା ବରୋଦ୍ରା ଇଣ୍ଡଷ୍ଟ୍ରିଆଲ୍  କମ୍ପାନୀ ର ମାନବ ସମ୍ବଳ ଏବଂ ପ୍ରଶାସନିକ ଅଧିକାରୀ ଗୌତମ ରେଡ୍ଡିଙ୍କୁ ଦାଦାବଟି ଦାବି କରି ଆକ୍ରମଣ ଏବଂ ୨୦ ହଜାର ଟଙ୍କା ଲୁଟିନେଇ ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି । ଏହି ଘଟଣାରେ ଗତ   ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ବାଳକୃଷ୍ଣ ରୋହିଦାସ ବୋଲି ପୁଲିସ  ସୂଚନା ଦେଇଛି ।
ଅଭିଯୋଗ ଅନୁସାରେ ଗତ ୨୬ତାରିଖ ସୋମବାର ରାତି ସାଢ଼େ ୭ ଟା ସମୟରେ ବାଳକୃଷ୍ଣ ରୋହିଦାସ (୩୨) ରାଜେଶ ରୋହିଦାସ (୩୦) ଏବଂ ଆଉ ୩ ଜଣ ବ୍ୟକ୍ତି କାରଖାନା ପରିସରରେ ଥିବା ଗୌତମ ରେଡ୍ଡିଙ୍କ ଅଫିସ୍ କୁ ପଶି ଶ୍ରୀ ରେଡ୍ଡିଙ୍କୁ ଦାଦାବଟି ଦାବି କରି ଥିଲେ। ଦାଦାବଟି ଦେବୀ ପାଇଁ ମନା କରିବାରୁ ଶ୍ରୀ ରେଡ୍ଡି ଙ୍କୁ ଆକ୍ରମଣ କରିଥିଲେ ଏବଂ ମାଡପିଟ୍ କରି ୨୦ହଜାର ଟଙ୍କା ଲୁଟି ନେଇ ଫେରାର୍ ମାରିଥିଲେ।
   ଏସଂକ୍ରାନ୍ତରେ ଗୌତମ ରେଡ୍ଡି ଠେଲକୁଲି ଥାନା ରେ ଏତଲା ଦେଲା ପରେ ଏସପି  ଜଣେ ଏସଡିପିଓ ଙ୍କ ନେତୃତ୍ଵରେ  ଦୁଇଟି ସ୍ବତନ୍ତ୍ର ଟିମ୍  ଗଠନ କରିଥିଲେ। ପୁଲିସ ଆଜି ଦାଦାବଟି ମାଗିଥିବା ଗୋଷ୍ଠୀର ମୁଖ୍ୟ ନାୟକ ଗତ ନିର୍ବାଚନ ର କଂଗ୍ରେସ ପ୍ରାର୍ଥୀ ହୋଇଥିବା ବାଳକୃଷ୍ଣ ରୋହିଦାସ, ରାଜେଶ ରୋହିଦାସ ଏବଂ ଜଣେ ନାବାଳକକୁ ଗିରଫ କରିଥିବା ପୁଲିସ ସୂତ୍ରରୁ ପ୍ରାପ୍ତ ପ୍ରେସ୍ ବିଜ୍ଞପ୍ତି ରୁ ଜଣାପଡିଛି। ଅଭିଯୁକ୍ତ ମାନେ ବ୍ୟବହାର କରିଥିବା ଓଡି-୧୫-ଏଫ୍-୭୩୪୬ ଇନୋଭା କାର୍ କୁ ପୁଲିସ ଜବତ କରିଛି।   ଆସନ୍ତା କାଲି ଏମାନଙ୍କୁ କୋର୍ଟ ରେ ହାଜର କରାଯିବ ବୋଲି ଜଣାପଡିଛି। ଏହି  ଘଟଣରେ ସଂପୃକ୍ତ ଥିବା ଆଉ ଦୁଇ ଜଣ ଙ୍କୁ ଧରିବା ପାଇଁ ତନାଘନା ଜାରି ରଖିଛି।

Comments are closed.