ଗରିବ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇବାକୁ ୫ ପାହାଡ଼ ଚଢ଼ିଲେ ବିଧାୟିକା

ଅମରାବତୀ: କରୋନା ଲକ୍ଡ଼ାଉନ ସମୟରେ ନିଜ ଅଞ୍ଚଳର ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇବାକୁ ୫ ପାହାଡ଼ ଅତିକ୍ରମ କରିଛନ୍ତି ଜଣେ ବିଧାୟିକା । ଏପରିକି ଖାଦ୍ୟ ସାମଗ୍ରୀ ନେବା ବେଳେ ରାସ୍ତା ଖରାପ ଅବସ୍ଥା ଯୋଗୁଁ ତାକୁ ମୁଣ୍ଡରେ ମୁଣ୍ଡାଇ ବିଧାୟିକା ଅତ୍ୟନ୍ତ କଙ୍କରିଳ ରାସ୍ତା ଅତିକ୍ରମ କରିଥିବା ଛବି ମଧ୍ୟ ଦେଖାଯାଇଛି । ଏହି ବିଧାୟିକା ହେଉଛନ୍ତି ଆନ୍ଧ୍ରପ୍ରଦେଶ ମୁଲୁଗୁ ନିର୍ବାଚନମଣ୍ଡଳୀର ଦନଶରୀ ଅନସୂୟା । ଯାହାଙ୍କୁ ସ୍ଥାନୀୟ ଲୋକମାନେ ସୀତାକାଙ୍କ ନାମରେ ମଧ୍ୟ ଜାଣନ୍ତି ।

ସ୍ଥାନୀୟ ଭାଷାରେ ସୀତାକ୍କା ନାମର ଅର୍ଥ ହେଉଛି ଭଉଣୀ ସୀତା । ସୀତାକ୍କା ୧୬ ବର୍ଷ ବୟସରେ ମାଓବାଦୀ କାର୍ଯ୍ୟକଳାପରେ ସାମିଲ ହୋଇଥିଲେ । ପରବର୍ତୀ ସମୟରେ ସେ ଏକ ମାଓ ସଙ୍ଗଠନର ନେତୃତ୍ବ ମଧ୍ୟ ନେଇଥିଲେ । ମାତ୍ର ପରବର୍ତ୍ତୀ ସମୟରେ ସେ ମାଓ କାର୍ଯ୍ୟକଳାପରୁ ବିରତ ହୋଇ ରାଜନୀତିରେ ପ୍ରବେଶ କରିଥିଲେ । ବର୍ତମାନ ସେ ମୁଲୁଗୁ ନିର୍ବାଚନମଣ୍ଡଳୀରୁ କଂଗ୍ରେସ ବିଧାୟିକା ଅଛନ୍ତି ।

Comments are closed.