ଭାସିଯାଉଥିବା ଲୋକକୁ ନିଜ ପଗଡିରେ ସାହାଯ୍ୟରେ ଉଦ୍ଧାର କଲେ ବିଧାୟକ

0

ଜୟପୁର : ରାଜସ୍ଥାନର ବିଜେପି ବିଧାୟକ ମଙ୍ଗଳ ରାମ, ଯାହାଙ୍କୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଚାଲିଛି। ଅନ୍ୟକୁ ଉଦ୍ଧାର ଏବଂ କରିବାକୁ ଯାଇ ସେ ନିଜ ପଗଡ଼ି ଖୋଲି ଦେଇଛନ୍ତି।

କୁହାଯାଏ ମାନମର୍ଯ୍ୟାଦା ତଥା ପ୍ରତିଷ୍ଠାର ପ୍ରତୀକ ପଗଡ଼ିକୁ ଯେକୌଣସି ପରିସ୍ଥିତିରେ ମଧ୍ୟ ମସ୍ତକରେ ଧାରଣ କରିବାକୁ ପସନ୍ଦ କରନ୍ତି ରାଜସ୍ଥାନବାସୀ; କିନ୍ତୁ ଯଦି କାହାରି ଜୀବନ ପ୍ରତି ବିପଦ ସୃଷ୍ଟି ହୁଏ, ତା’ହେଲେ ଆବଶ୍ୟକ ସ୍ଥଳେ ପଗଡି ଖୋଲି ତାହା ଦ୍ୱାରା ବିପନ୍ନ ବ୍ୟକ୍ତିଙ୍କୁ ଉଦ୍ଧାର କରିବାକୁ ମଧ୍ୟ ପଛାନ୍ତି ନାହିଁ ଏମାନେ। ଏମିତି ଏକ ସଙ୍କଟ ସମୟରେ ଅତି ନାଟକୀୟ ଢଙ୍ଗରେ ରାଜସ୍ଥାନର ବିଜେପି ବିଧାୟକ ମଙ୍ଗଳ ରାମ ଜଣେ ବାଇକ୍‍ ଚାଳକଙ୍କୁ ବନ୍ୟା ଜଳରୁ ଉଦ୍ଧାର କରିଛନ୍ତି।

ଇମ୍‍ଲି ଫାଟକ୍‍ ନିକଟସ୍ଥ କର୍ତ୍ତାରପୁରା ନାଳରେ ଥିବା ଏକ ପୋଲ ବନ୍ୟାଜଳରେ ବୁଡି ରହିଥିଲା। କିଶୋର ଲାଲ୍‍ ମୀନା (୫୦ ବର୍ଷ) ନାମକ ଜଣେ ବ୍ୟକ୍ତି ଉକ୍ତ ଜଳମଗ୍ନ ପୋଲ ଅତିକ୍ରମ କରିବା ବେଳେ ବନ୍ୟାଜଳର ସ୍ରୋତ ଯୋଗୁ ସେ ଆଗକୁ ବଢି ନ ପାରି ମଝିରେ ଅଟକି ରହି ସାହାଯ୍ୟ ପାଇଁ ଚିତ୍କାର କରିଥିଲେ। ତାଙ୍କ ଚିତ୍କାର ଶୁଣି ନିକଟରେ ଉପସ୍ଥିତ ବିଜେପି ବିଧାୟକ ମଙ୍ଗଳ ନିଜ ସୁରକ୍ଷାକର୍ମୀଙ୍କ ସହିତ ଘଟଣାସ୍ଥଳକୁ ଦୌଡି ଆସିଥିଲେ। କିଶୋରଙ୍କୁ ଉଦ୍ଧାର କରିବା ଲାଗି ଅନ୍ୟମାନେ ସାମଗ୍ରୀ ଯୋଗାଡ଼ କରିବାରେ ଲାଗି ପଡିଥିବା ବେଳେ ମଙ୍ଗଳ ଉପସ୍ଥିତ ବୁଦ୍ଧି ଖଟାଇ ନିଜ ପଗଡ ଖୋଲି କିଶୋରଙ୍କ ଆଡକୁ ଫିଙ୍ଗି ଥିଲେ। କିଶୋର ତାହାକୁ ଧରିବା କ୍ଷଣି ମଙ୍ଗଳ ଓ ତାଙ୍କ ସୁରକ୍ଷାକର୍ମୀମାନେ ତାଙ୍କୁ ସୁରକ୍ଷିତ ସ୍ଥାନକୁ ଟାଣି ଆଣିଥିଲେ। ୨୦୧୭ ଅଗଷ୍ଟରେ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଛାତ୍ର ଏହି ନାଳରେ ଭାସି ପ୍ରାଣ ହରାଇଥିବା ଜଣାପଡିଛି।

Leave A Reply