୧୩କିମି ଖଟିଆରେ ବୁହାହେଲେ ରୋଗୀ

0

ମାଥିଲି : ରାଜ୍ୟର ବିଭିନ୍ନ ଅଞ୍ଚଳ ଆଜି ମଧ୍ୟ ସରକାରଙ୍କ ଯୋଜନାର ବହୁ ଦୂରରେ ଥିବା ଜଣାପଡିଛି। ନିକଟରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଗର୍ଭବତୀ ଖଟିଆରେ ବୁହାହେବା ଘଟଣା ଦେଖିବାକୁ ମିଳୁଛି। ସେହିପରି ମଙ୍ଗଳବାର ମାଲକାନଗିରି ଜିଲା ମାଥିଲି ବ୍ଲକ ଅର୍ନ୍ତଗତ କର୍ତ୍ତନପାଲି ପଞ୍ଚାୟତର ମାଗୁ ଦୁରୁଆଙ୍କର ଠାରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ମାଗୁ ଦୁରୁଆଙ୍କୁ ଗତ କିଛି ଦିନ ଧରି ଜର ହୋଇଥିଲା। ଗମନାଗମନ ବ୍ୟବସ୍ଥା ଭଲ ନଥିବାରୁ ଚିକିତ୍ସପାଇଁ ମାଗୁ ଡାକ୍ତରଖାନା ନ ଯାଇ ଗୁଣିଆକୁ ଦେଖାଉଥିଲେ। ସୋମବାର ମାଗୁଙ୍କ ଜ୍ୱର ବଢିବାରୁ ତାଙ୍କୁ ଗ୍ରାମବାସୀ ଖଟିଆରେ ଦୀର୍ଘ ୧୩ କିଲୋମିଟର ଚାଲି କ୍ୟାଙ୍ଗ ଡାକ୍ତରଖାନାରେ ପହଁଞ୍ଚିଥିଲେ। ଗ୍ରାମବାସୀଙ୍କ ଏଭଳି ଉଦ୍ୟମକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।

Leave A Reply