ଏମ୍‌କେସିଜିରେ ୯ ନୂତନ ପଦ ସୃଷ୍ଟି; ଡିଏମ ଶତପଥି ଓ ନରେନ୍ଦ୍ର ବେହେରା ଉପାଧ୍ୟକ୍ଷ ନିଯୁକ୍ତ

ବ୍ରହ୍ମପୁର : ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଘୋଷଣାକ୍ରମେ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସପିଟାଲରେ ୯ଟି ନୂତନ ପ୍ରଶାସନିକ ପଦ ସୃଷ୍ଟି ହୋଇଛି। କମ୍ୟୁନିଟି ମେଡିସିନ ବିଭାଗର ପ୍ରଫେସର ଡିଏମ ଶତପଥି ଓ ଶିଶୁ ବିଭାଗର ପ୍ରଫେସର ନରେନ୍ଦ୍ର ବେ​ହେରାଙ୍କୁ ଉପାଧ୍ୟକ୍ଷ(ଭାଇସ୍ ପ୍ରିନ୍ସିପାଲ) ଦାୟିତ୍ବ ଦିଆଯାଇଛି।
ଆଜି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ବିଭିନ୍ନ ମେଡିକାଲ କଲେଜର ଡାକ୍ତରଙ୍କୁ ସେହି କଲେଜର ପ୍ରଶାସନିକ ଦାୟିତ୍ବ ଦିଆଯାଇଛି। ଏମକେସିଜିର ୯ଟି ପଦ ମଧ୍ୟରୁ ମେଡିସିନ ବିଭାଗ ଆସୋସିଏଟ ପ୍ରଫେସର ଗଣେଶ୍ବର ସେଠୀଙ୍କୁ ଅତିରିକ୍ତ ମେଡିକାଲ ସୁପରିଟେଣ୍ଡେଣ୍ଟ(​ଷ୍ଟୋର) ଦାୟିତ୍ବ ଦିଆଯାଇଥିବା ବେଳେ ଏଫଏମଟିର ଆସୋସିଏଟ ପ୍ରଫେସର କିରଣ କୁମାର ପଟ୍ଟନାୟକଙ୍କୁ ଅତିରିକ୍ତ ମେଡିକାଲ ସୁପରିଟେଣ୍ଟେଣ୍ଟ(​ମେଡିସିନ) ଦାୟିତ୍ବ ମିଳିଛି। ସେହିପରି ମେଡିସିନ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ନିହାର ରଞ୍ଜନ ସାହୁଙ୍କୁ ଡେପୁଟି ମେଡିକାଲ ସୁପରିଟେଣ୍ଡେଣ୍ଟ(ମେଡିସିନ) ଓ ଫାର୍ମାକୋଲଜି ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ପ୍ରଦ୍ୟୁତ କୁମାର ପ୍ରଧାନଙ୍କୁ ଡେପୁଟି ମେଡିକାଲ
ସୁପରି​ଟେଣ୍ଡେଣ୍ଟ (ଷ୍ଟୋର), ଆନାସ୍ଥେସିଆ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ଅରୁଣ କୁମାରଙ୍କୁ ଡେପୁଟି ମେଡିକାଲ ସୁପରିଟେଣ୍ଡେଣ୍ଟ(ମେଡିସିନ) ଦାୟିତ୍ବ ମିଳିଛି। ଏହା ବାଦ ପାଥୋଲଜି ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ଅତନୁ କୁମାର ବଳ ଓ ସର୍ଜରୀ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ଶୁଭ୍ରବତ ଦାସଙ୍କୁ ଡେପୁଟି ଜେନେରାଲ ସୁପରିନ୍‌-ଟେ​ଣ୍ଡେଣ୍ଟ ଭାବେ ଦାୟିତ୍ବ ଦିଆଯାଇଛି।

Comments are closed.