ମୟୂରଭଞ୍ଜ ଜିଲ୍ଲାରେ ଉଦ୍ଧାର ୯ ଶିଶୁ ଶ୍ରମିକ ମାଟ୍ରିକ୍‍ ପରୀକ୍ଷାରେ କୃତକାର୍ଯ୍ୟ

ଭୁବନେଶ୍ୱର : ମୟୂରଭଞ୍ଜ ଜିଲ୍ଲାରେ ଶିଶୁ ଶ୍ରମିକ ଭାବେ ଜିଲ୍ଲା ପ୍ରଶାସନ ଦ୍ୱାରା ଉଦ୍ଧାର ହୋଇଥିବା ୯ ଜଣ ବାଳକ ମାଟ୍ରିକ୍‍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ମାଟ୍ରିକ୍‍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୯ ଶିଶୁ ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ସେମାନଙ୍କ ନିଷ୍ଠା ଓ ପ୍ରତିବଦ୍ଧତା ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ବ୍ୟକ୍ତ କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

Comments are closed.