ମିଜୋରାମ କ୍ରୀଡ଼ାମନ୍ତ୍ରୀ ରବର୍ଟ ରୋମାୱି ନିଆରା ପୁରସ୍କାର ଘୋଷଣା, ସର୍ବାଧିକ ପିଲାଥିଲେ ମିଳିବ ଲକ୍ଷେ ଟଙ୍କା!

ଐଜାୱଲ: ମିଜୋରାମ କ୍ରୀଡ଼ାମନ୍ତ୍ରୀ ରବର୍ଟ ରୋମାୱି ନିଆରା ପୁରସ୍କାର ଘୋଷଣା କରିଛନ୍ତି। ନିଜ ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ପିଲା ଥିବା ଅଭିଭାବକଙ୍କୁ ମିଳିବ ଦେବେ ଲକ୍ଷେ। ସର୍ବାଧିକ ପିଲାଥିବା ଅଭିଭାବକଙ୍କୁ ଲକ୍ଷେ ଟଙ୍କା ପୁରସ୍କାର ଦିଆଯିବ ବୋଲି କ୍ରୀଡ଼ାମନ୍ତ୍ରୀ ରବର୍ଟ ରୋମାୱି ଘୋଷଣା କରିଛନ୍ତି।

ମିଜୋ ସମ୍ପ୍ରଦାୟର ଲୋକଙ୍କ ସଂଖ୍ୟା କମି ଚାଲିଥିବାରୁ ମିଜୋରାମ କ୍ରୀଡ଼ାମନ୍ତ୍ରୀ ରବର୍ଟ ରୋମାୱି ଏଭଳି ପଦକ୍ଷେପ ନେଇଥିବା ପ୍ରକାଶ କରିଛନ୍ତି। ପୁରସ୍କାର ଟଙ୍କା ରବର୍ଟ ନିଜ ପୁଅ ନାମରେ ଥିବା କମ୍ପାନୀରୁ ଭରଣା କରିବେ। ଅରୁଣାଚଳ ପ୍ରଦେଶ ପରେ ମିଜୋରାମ ଜନସଂଖ୍ୟା ଘନତ୍ବରେ ଦ୍ବିତୀୟ ସର୍ବନିମ୍ନ। ଅରୁଣାଚଳରେ ୧ ବର୍ଗ କିମିରେ ୧୭ଜଣ ରହୁଥିବାବେଳେ ମିଜୋରାମରେ ୫୨ ରହିଛି।

Comments are closed.