ମିକ୍ସ ଫଳ ଚକୋଲେଟ ସ୍ମୃଦୀ

ମିକ୍ସ ଫଳ ଚକୋଲେଟ ସ୍ମୃଦୀ ପ୍ରସ୍ତୁତ କରିବା ଯେପରି ସହଜ, ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତେ ଉପକାରୀ। ଏହାକୁ ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ପ୍ରକାର ଫଳର ବ୍ୟବହାର ହେଉଥିବାରୁ ଏହା ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ଯୋଗାଇଥାଏ। ଏଥିରେ ଥିବା ପୋଷକ ତତ୍ୱ ଶରୀରକୁ ସୁସ୍ଥ ରଖିବା ସହ ହାଲିଆ ଅନୁଭବ ହେବାକୁ ଦେଇନଥାଏ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଜାଣନ୍ତୁ ଏହାକୁ କିଭଳି ପ୍ରସ୍ତୁତ କରିବେ…..
ଆମ୍ବ – ୧କପ
ଫୁଟା ଖିର – ୨କପ
କଦଳୀ – ୧ଟି
ସପୁରୀ – ଅଳ୍ପ
ମହୁ – ୨ଚାମଚ
ଚକୋଲେଟ ଗୁଣ୍ଡ – ୧ ଚାମଚ
ବରଫ ଖଣ୍ଡ – ୨ଟି
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଆମ୍ବ, ଖିର, ସପୁରୀ, କଦଳୀ, ଚକୋଲେଟ ଗୁଣ୍ଡ, ବରଫ ଖଣ୍ଡ ପକାଇ ଏହାକୁ ଭଲ ଭାବେ ପେଷି ଦିଅନ୍ତୁ। ଏହାପରେ ଏକ ଗ୍ଲାସକୁ କାଢି ଏଥିରେ ମହୁ ମିଶାଇ ଅଳ୍ପ, କଦଳୀ, ସପୁରୀ ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମିକ୍ସ ଫଳ ସ୍ମୃଦୀ।