ଇତିହାସ ରଚିଲେ ମିତାଲି, ଦିନିକିଆରେ ୭ ହଜାର ରନ୍‌ ପୂରଣ କଲେ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟର ମିତାଲି ରାଜ୍‌ ନୂଆ ଇତିହାସ ରଚିଛନ୍ତି। ବିଶ୍ଵର ପ୍ରଥମ ମହିଳା କ୍ରିକେଟର ଭାବେ ସେ ଦିନିକିଆରେ ୭ ହଜାର ରନ୍‌ ପୂରଣ କରିଛନ୍ତି। ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକାନା ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ମିତାଲି ଏହି ସଫଳତା ହାସଲ କରିଛନ୍ତି।

ଭାରତୀୟ ମହିଳା କ୍ରିକଟେ ଦଳର ଅଧିନାୟକ ୩୮ ବର୍ଷୀୟା ମିତାଲି ନିଜର ୨୧୨ ତମ ଅନ୍ତର୍ଜାତୀୟ ମ୍ୟାଚରେ ୭ ହଜାର ଦିନିକିଆ ରନ୍‌ ପୂରଣ କରିବାର ଗୌରବ ଅର୍ଜନ କରିଛନ୍ତି। କେବଳ ଏତିକି ନୁହେଁ, ଗତ ମ୍ୟାଚରେ ଅନ୍ତର୍ଜାତୀୟ କ୍ରିକେଟରେ ୧୦ ହଜାର ରନ୍‌ ପୂରଣ କରିବାରେ ସେ ଭାରତର ପ୍ରଥମ ଏବଂ ବିଶ୍ଵର ୨ୟ ମହିଳା କ୍ରିକେଟର ଭାନେ ନିଜର ନାମ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, ମିତାଲି ଭାରତ ତରଫରୁ ୧୯୯୯ ଜୁନରେ ଦିନିକିଆରେ ପଦାର୍ପଣ କରିଥିଲେ।

Comments are closed.