ରେକର୍ଡ ବୁକ୍‌ରେ ମିତାଲି : ଭାରତର ପ୍ରଥମ ମହିଳା କ୍ରିକେଟର ଭାବେ ୧୦ ହଜାର ରନ୍‌

ନୂଆଦିଲ୍ଲୀ  : ରେକର୍ଡ ବୁକ୍‌ରେ ଭାରତୀୟ ମହିଳା କ୍ରିକେଟର ମିତାଲି ରାଜ୍‌। ଦିନିକିଆ ଦଳର ଅଧିନାୟିକା ୩୮ ବର୍ଷୀୟା ମିତାଲି ପ୍ରଥମ ଭାରତୀୟ ତଥା ବିଶ୍ବର ଦ୍ବିତୀୟ କ୍ରିକେଟର ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୧୦ ହଜାର ରନ୍‌ ପୂରଣ କରିଛନ୍ତି। ଲକ୍ଷ୍ନୌରେ ଶୁକ୍ରବାର ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକିଆରେ ୩୫ ରନ କରିବା ପରେ ରେକର୍ଡ ବୁକ୍‌ରେ ତାଙ୍କ ନାମ ଯୋଡ଼ି ହୋଇଯାଇଥିଲା। ମିତାଲିଙ୍କ ପୂର୍ବରୁ ଇଂଲଣ୍ଡର କାର୍ଲୋଟ୍ଟେ ଏଡୱାର୍ଡସ ପ୍ରଥମ ମହିଳା ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୧୦ ହଜାର ରନ୍‌ ପୂରଣ କରିଥିଲେ। ଉକ୍ତ ମ୍ୟାଚରେ ମିତାଲି ୫୦ଟି ବଲରୁ ୩୬ରନ କରିଥିଲେ। ଏବେ ମିତାଲି ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍‌ ସଂଗ୍ରହକାରୀ ଖେଳାଳି ହେବାକୁ ଏର୍ଡୱାଡ୍‌ଙ୍କଠାରୁ ୨୦୩ରନ ପଛରେ ରହିଛନ୍ତି। ଏର୍ଡୱାଡ୍‌ ୧୦ ହଜାର ୨୦୩ରନ କରିିଥିବାବେଳେ ମିତାଲି ୧୦ ହଜାର ୧ରନରେ ପହଞ୍ଚିଛନ୍ତି। ମିତାଲି ୧୦ଟି ଟେଷ୍ଟ ମ୍ୟାଚରୁ ୬୬୩ରନ କରିଛନ୍ତି। ୨୧୪ ସର୍ବାଧିକ ସ୍କୋର ରହିଛି। ସେହିପରି ୨୧୨ଟି ଦିିନିକିଆରୁ ୬୯୩୮ରନ କରିଥିବାବେଳେ ୮୯ଟି ଟ୍ବେଣ୍ଟି୨୦ ମ୍ୟାଚ ଖେଳି ୨୩୬୪ରନ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ୧୦ ହଜାର ରନ୍‌ ପୂରଣ କରିଥିବା ମିତାଲିଙ୍କୁ ମାଷ୍ଟରବ୍ଲାଷ୍ଟର କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଶୁଭେଚ୍ଛା ଜଣାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ୱାସିମ୍‌ ଜାଫର, ଆଇପିଏଲ ଫ୍ରାଞ୍ଚାଇଜ୍‌ ମୁମ୍ବାଇ ଇଣ୍ଡିଆନ୍ସ, ପଞ୍ଜାବ୍‌ କିଙ୍ଗ୍‌ସ ,ରାଜସ୍ଥାନ ରୟାଲ୍‌ସ, କଲକାତା ନାଇଟ୍‌ ରାଡଇର୍ସ, ବିସିସିଆଇ ସମ୍ପାଦକ ଜୟ ଶାହା, ପୂର୍ବତନ କ୍ରିକେଟର ଭିଭିଏସ୍‌ ଲକ୍ଷ୍ମଣ ପ୍ରମୁଖ ମିତାଲିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମିତାଲି ୨୦୧୯ ସେପ୍ଟେମ୍ବରରେ ଟ୍ବେଣ୍ଟି୨୦ କ୍ରିକେଟରୁ ଅବସର ଘୋଷଣା କରିଥିଲେ।

Comments are closed.