ମହିଳା ଦିନିକିଆ ବ୍ୟାଟିଂ ମାନ୍ୟତା, ଶୀର୍ଷକୁ ଫେରିଲେ ମିତାଲି

ଦୁବାଇ: ଆଇସିସି ତରଫରୁ ଜାରି ମହିଳା ଦିନିକିଆ ବ୍ୟାଟିଂ ମାନ୍ୟତାର ଶୀର୍ଷ ସ୍ଥାନକୁ ଫେରିଛନ୍ତି ଭାରତୀୟ ଅଧିନାୟିକା ମିତାଲି ରାଜ୍‌। ମିତାଲି ୭୬୨ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଅନ୍ୟତମ ଭାରତୀୟ ସ୍ମୃତି ମାନ୍ଧାନା ମାନ୍ୟତାର ୯ମ ସ୍ଥାନରେ ରହିଛନ୍ତି। ପୂର୍ବରୁ ୱେଷ୍ଟଇଣ୍ଡିଜ୍‌ ମହିଳା କ୍ରିକେଟ୍‌ ଦଳର ଅଧିନାୟିକା ଷ୍ଟାଫାନି ଟେଲର ବ୍ୟାଟିଂ ମାନ୍ୟତାର ଶୀର୍ଷ ସ୍ଥାନରେ ରହିଥିଲେ। ତେବେ ମଙ୍ଗଳବାର ଜାରି ମାନ୍ୟତା ଅନୁଯାୟୀ ଟେଲର ୫ମ ସ୍ଥାନକୁ ଖସି ଯାଇଛିନ୍ତି।

ଦିନିକିଆ ବୋଲିଂ ମାନ୍ୟତାରେ ଭାରତର ଝୁଲଣ ଗୋସ୍ବାମୀ ୫ମ ସ୍ଥାନରେ ରହିଥିବା ବେଳେ ଅଲରାଉଣ୍ଡର ମାନ୍ୟତାରେ ଦୀପ୍ତି ଶର୍ମା ୫ମ ସ୍ଥାନରେ ରହିଛନ୍ତି। ମହିଳା ଟ୍ବେଣ୍ଟି୨୦ ବ୍ୟାଟିଂ ମାନ୍ୟତାରେ ଭାରତର ବାମହାତୀ ଓପନର୍‌ ସ୍ମୃତି ମାନ୍ଧାନା ୩ୟ ସ୍ଥାନରେ ରହିଛନ୍ତି। ଏହା ତାଙ୍କ କ୍ୟାରିୟର ଶ୍ରେଷ୍ଠ ମାନ୍ୟତା। ଇଂଲଣ୍ଡ ବିପକ୍ଷ ଶେଷ ଟ୍ବେଣ୍ଟି୨୦ରେ ସ୍ମୃତି ୭୦ ରନ୍‌ କରିଥିବାରୁ ତାଙ୍କ ମାନ୍ୟତାରେ ଉନ୍ନତି ଘଟିଛି।

Comments are closed.