ମମତାଙ୍କ ଗଡ଼ରେ ଶାହାଙ୍କ ଦ୍ବିତୀୟ ଦିନ, ଆଜି କରିବେ ରୋଡ଼ ଶୋ’

କଲକାତା: ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଆଜି ଦ୍ୱିତୀୟ ଦିନ। ଆଉ କିଛି ମାସ ପରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ ଅତି ଗୁରୁତ୍ବପୂର୍ଣ ରହିଛି। ଶନିବାର ସେ ରାଜ୍ୟରେ ଏକ ରାଲି କରିଥିଲେ। ଯେଉଁଥିରେ ଶାସକ ଦଳ ଟିଏମସିର ବିଦ୍ରୋହୀ ନେତାମାନେ ବିଜେପିରେ ଯୋଗ ଦେଇଥିଲେ। ଆଜି ଶାହା ବୀରଭୂମ ଜିଲ୍ଲାର ଶାନ୍ତିନିକେତନସ୍ଥିତ ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିବେ। ଯେଉଁଠାରେ ସେ ରବୀନ୍ଦ୍ରନାଥ ଟାଗୋରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ଏବଂ ପରେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ କାର୍ଯ୍ୟକର୍ତ୍ତାଙ୍କୁ ଉଦ୍‌ବୋଧନ ଦେବେ।

ଗୃହମନ୍ତ୍ରୀ ମଧ୍ୟ ବୀରଭୂମରେ ଶ୍ୟାମବତୀଙ୍କୁ ଭେଟିବେ। ଏଥିସହ ବାଉଲ ଗାୟକଙ୍କ ପରିବାର ସହିତ ମଧ୍ୟାହ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି। ପରେ ଶାହା ହନୁମାନ ମାନ୍ଦିର ଠାରୁ ଷ୍ଟାଡିୟମ ରୋଡରେ ବୋଲପୁର ସର୍କଲ ପର୍ଯ୍ୟନ୍ତ ବୋଲପୁରରେ ଏକ ରୋଡ଼ ଶୋ’ କରିବେ। ଶେଷରେ ବୀରଭୂମର ମୋହର କୁଟୀରରେ ଏକ ସାମ୍ବାଦିକ ସମ୍ମିଳନୀ ସହ ଯାତ୍ରା ଶେଷ କରି ଦିଲ୍ଲୀ ଯିବେ ବୋଲି ଜଣାପଡ଼ିଛି। ସେ ଶନିବାର ଦିନ କୋଲକାତାର ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମସ୍ଥାନ ପରିଦର୍ଶନ କରି ତାଙ୍କର ଯାତ୍ରା ଆରମ୍ଭ କରିଥିଲେ।

 

 

 

Comments are closed.