ସ୍ୱଚ୍ଛ ଭାରତ ଅଭିଯାନର ପ୍ରଭାବ: ୧.୮ ଲକ୍ଷ ଜୀବନ ରକ୍ଷା କରାଯାଇପାରିଛି

0

ନୂଆଦିଲ୍ଲୀ: ସ୍ୱଚ୍ଛ ଭାରତ ଅଭିଯାନ ଯୋଗୁଁ ଭାରତର ଗ୍ରାମାଞ୍ଚଳରେ ହଇଜା ଜନିତ ମୃତ୍ୟୁ ସଂଖ୍ୟା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ, ଅଭିଯାନ ଆରମ୍ଭ ହେବା ପରଠାରୁ ଏ ପର୍ଯ୍ୟନ୍ତ ପ୍ରାୟ ୧ ଲକ୍ଷ ୮୦ହଜାର ଲୋକଙ୍କୁ ହଇଜା କବଳରୁ ରକ୍ଷା କରାଯାଇପାରିଛି। ଯଦି ୨୦୧୯ ସୁଦ୍ଧା ଦେଶର ସବୁ ପରିବାରକୁ ପାଇଖାନା ଯୋଗାଇ ଦେବାକୁ ଯେଉଁ ଲକ୍ଷ୍ୟ ରଖାଯାଇଛି ତାହା ପୂରଣ ହୋଇପାରିଲେ ଦେଶରେ ହଇଜା ଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ପର୍ଯ୍ୟନ୍ତ ହ୍ରାସ କରାଯାଇପାରିବ।
କେନ୍ଦ୍ର ପାନୀୟ ଜଳ ଓ ପରିମଳ ମନ୍ତ୍ରାଳୟର ସୂଚନା ଅନୁଯାୟୀ ଅଦ୍ୟାବଧି ଗ୍ରାମାଞ୍ଚଳରେ ୮୯% ଗୃହରେ ପାଇଖାନା ନିର୍ମାଣ କରାଯାଇପାରିଛି। ଯଦି ଏହି ଲକ୍ଷ୍ୟ ସହିତ ସମ୍ପୂର୍ଣ୍ଣ ପରିମଳ ଓ ପାନୀୟ ଜଳ ଯୋଜନା କାର୍ଯ୍ୟକାରୀ ହୁଏ ତେବେ ଆଗାମୀ ୧୪ ନିୟୁତ ବର୍ଷ ପର୍ଯ୍ୟନ୍ତ ସୁସ୍ଥ ଜୀବନଯାପନ ସମ୍ଭବ ବୋଲି ଦାବି କରାଯାଇଛି।

Leave A Reply