ନବୀନଙ୍କ ନୂଆ ମିଶନ ‘ସୁଵିଦ୍ୟା’ – ବଦଳିବ ଏସସି ଏସଟି ହଷ୍ଟେଲ ଚେହେରା

ଭୁବନେଶ୍ୱର: ରାଜ୍ୟରେ ଥିବା ତଫସିଲଭୁକ୍ତ ଜାତି ଜନଜାତି ହଷ୍ଟେଲଗୁଡିକରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ଏଣିକି ଅନେକ ସୁବିଧା ମିଳିବ ବୋଲି ସୂଚନା ମିଳିଛି। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କିତ ‘ମିଶନ ସୁଵିଦ୍ୟା’ ଆରମ୍ଭ କରିଛନ୍ତି। ତଫସିଲଭୁକ୍ତ ଜାତି ଜନଜାତି ହଷ୍ଟେଲଗୁଡିକରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଗୁଡିକରେ ଉନ୍ନତ ମାନର ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବା ଉଦ୍ଦେଶ୍ୟରେ ଏହି ମିଶନ ଆରମ୍ଭ କରାଯାଇଛି।

ତଫସିଲଭୁକ୍ତ ଜାତି ଜନଜାତି ହଷ୍ଟେଲଗୁଡିକରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ନିରାପଦ କୋଠା ଘର, କାର୍ଯ୍ୟକ୍ଷମ ଶୌଚାଳୟ, ବିଶୁଦ୍ଧ ପାନୀୟ ଜଳ ଏବଂ ଭୋଜନ ବ୍ୟବସ୍ତା ପାଇଁ ଏହି ମିଶନ ଆରମ୍ଭ କରାଯାଇଛି। ଏ ନେଇ ଏସସି ଏସଟି ବିଭାଗ ପକ୍ଷରୁ ଆଜି ତିନୋଟି ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି। ସେଗୁଡିକ ମଧ୍ୟରୁ ଗୋଟିଏ କ୍ୱାଲିଟି କାଉନ୍ସିଲ ଅଫ ଇଣ୍ଡିଆ, ଅକ୍ଷର ଫାଉଣ୍ଡେସନ ଏବଂ ଟ୍ରାଇଫେଡ଼ ସହ ଚୁକ୍ତି ସ୍ଵାକ୍ଷରିତ ହୋଇଛି। ରାଜ୍ୟର ପ୍ରାୟ ୬ହଜାର ୫୦୦ ଛାତ୍ରାବାସରେ ରହୁଥିବା ୫ ଲକ୍ଷ ୭ ହଜାର ଛାତ୍ରଛାତ୍ରୀ ଉପକୃତ ହେବେ।

Comments are closed.