ଶିଶୁପୁତ୍ର ନିଖୋଜ ; ତଦନ୍ତ ଆରମ୍ଭ

ଗଜପତି : ଗଜପତି ଜିଲା ଅନ୍ତର୍ଗତ କାଶୀନଗର ଏନଏସି ଅଞ୍ଚଳରୁ ୬ ବର୍ଷର ଶିଶୁପୁତ୍ର ନିଖୋଜ ହୋଇଥିବା ନେଇ ଗୁରୁବାର ଜଣାପଡ଼ିଛି। ଗତକାଲି ସନ୍ଧ୍ୟାରୁ କୁମୁଟିସାହିରୁ ଉକ୍ତ ଶିଶୁ ପୁତ୍‍୍ର ନିଖୋଜ ହୋଇଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି। ଶିଶୁ ନିଖୋଜ ନେଇ କାଶୀନଗର ଥାନାରେ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାସହ ଘର ସାମ୍ନାରେ ଖେଳୁଥିବା ବେଳେ ୨ ଜଣ ଅଚିହ୍ନା ବ୍ୟକ୍ତି ବାଇକରେ ନେଇଯାଇଛନ୍ତି ବୋଲି ପରିବାର ଲୋକେ କହିଛନ୍ତି ବୋଲି ସୂଚନା ମିଳିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

 

Comments are closed.