ଦେଢ ମାସ ପରେ ନିଖୋଜ ଯୁବକଙ୍କ ମୃତଦେହ ମାଟିତଳୁ ଉଦ୍ଧାର, ହତ୍ୟା ସନ୍ଦେହ

ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ଥାନା ଅନ୍ତର୍ଗତ ସାହାପୁର ଅଞ୍ଚଳରୁ ପ୍ରାୟ ଦେଢ ମାସ ଧରି ନିଖୋଜ ଥିବା ଜଣେ ଯୁବକଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି। ମାଟିତଳେ ପୋତା ଯାଇଥିବା ମୃତଦେହକୁ ପୁଲିସ ଉଦ୍ଧାର କରି ତଦନ୍ତ ଚଳାଇଛି। ମୃତ ଯୁବକଙ୍କ ନାଁ ପ୍ରସନ୍ନ ସାହୁ।

ସୂଚନା ଅନୁସାରେ, ପ୍ରସନ୍ନ ଜାନୁଆରୀ ୨୪ ତାରିଖରୁ ନିଖୋଜ ଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପରେ ନିଖୋଜ ବ୍ୟକ୍ତିଙ୍କ ଗାଁ ଲୋକେ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ଥାନା ଘେରାଉ ମଧ୍ୟ କରିଥିଲେ। ପରେ ପୁଲିସ ତିହିଡ଼ି ଥାନା, ପିରାହାଟ ଫାଣ୍ଡି ଅଧୀନସ୍ଥ ସାହାପୁର ଗାଁରେ ନିଖୋଜ ଯୁବକଙ୍କୁ ପୋତାଯାଇଥିବା ନେଇ ଖବର ପାଇଥିଲା। ଆଜି ମାଟି ଖୋଳି ପୁଲିସ ମୃତଦେହ ଉଦ୍ଧାର କରିଛି। ମୃତଦେହଟି ନିଖୋଜ ଯୁବକ ପ୍ରସନ୍ନଙ୍କର ବୋଲି ସୂଚନା ମିଳିଛି। ପୁଲିସ ଜଣେ ଅଭିଯୁକ୍ତ ସୁକଦେଵ ପାଢ଼ୀକୁ ଅଟକ ରଖି ପଚରାଉଚରା ଚଳାଇଛି।

Comments are closed.