ନିଖୋଜ ଯୁବକ ୨୦ ଦିନ ପରେ ଦୈତାରୀରୁ ଉଦ୍ଧାର

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ କଣ୍ଟିଆପଡା ପଞ୍ଚାୟତ ପୁରୁଣିଆ ଗ୍ରାମର ବୁଧଦେବ ମହାନ୍ତଙ୍କ ୨୬ ବର୍ଷୀୟ ପୁଅ ରଘୁନାଥ ମାହନ୍ତ ଗତ ଅଗଷ୍ଟ ୧ ତାରିଖଠାରୁ ଗ୍ରାମରୁ ନିଖୋଜ ହୋଇଯାଇଥିଲେ। ଏ ନେଇ ପରିବାର ପକ୍ଷରୁ ମଧ୍ୟ ତୁରୁମୁଙ୍ଗା ଥାନାରେ ଅଭିଯୋଗ ହୋଇଥିଲା। ସେ ଗତ ୧ ତାରିଖ ସନ୍ଧ୍ୟାରେ ଘରୁ ଗାଁ ଦାଣ୍ଡକୁ ବାହାରି ଥିବା ବେଳେ ତାଙ୍କର ପତ୍ତା ମିଳି ନଥିଲା। ପରିବାର ପକ୍ଷରୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ରଘୁନାଥଙ୍କ ସନ୍ଧାନ ମିଳି ନଥିଲା। ଏନେଇ ଗଣମାଧ୍ୟମରେ ଖବର ମଧ୍ୟ ପ୍ରକାଶ ପାଇଥିଲା। ତେବେ ଗତକାଲି ଯାଜପୁର ଜିଲ୍ଲା ଦୈତାରୀରେ ରଘୁନାଥ ଥିବା ପରିବାର ଲୋକଙ୍କୁ ଖବର ମିଳିବା ପରେ ପରିବାର ଲୋକେ ଦୈତାରୀ ଯାଇ ସେଠାରୁ ରଘୁନାଥକୁ ଉଦ୍ଧାର କରି ଘରକୁ ଆଣିଛନ୍ତି। ରଘୁନାଥ ଘରକୁ ଫେରିବା ପରେ ପରିବାରରେ ଖୁସିର ଲହରୀ ଖେଳିଯାଇଛି।

Comments are closed.