ଜାପାନ ଓ ଆମେରିକାର ମିଳିତ ଭାବେ ତିଆରି କରିଥିବା କ୍ଷେପଣାସ୍ତ୍ର ଅବରୋଧକର ସଫଳ ପରୀକ୍ଷଣ

0

ଓ୍ୱାଶିଂଟନ .- ଜାପାନ ଓ ଆମେରିକା ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଅନେକକ ବର୍ଷ ଧରି ମିଳିତ ଭାବେ ଗବେଷଣା କରି ଆସୁଛନ୍ତି ।  ଆମେରିକାର ସେନା ଶୁକ୍ରବାରରେ ଜାପାନ ଓ ଆମେରିକା ଦ୍ୱାରା ମିଳିତ ଭାବରେ ନିର୍ମାଣ କରିଥିବା ଇଣ୍ଟର ସ୍ପେଟର ମିସାଇଲ୍‌ ବା କ୍ଷେପଣାସ୍ତ୍ର ଅବରୋଧକ ଏସ୍‌ଏମ-୩ ବ୍ଲକ୧୧ର ସଫଳ ପରୀକ୍ଷଣ କରିଛି ।  ଶତ୍ରୁ ଦେଶ କ୍ଷେପଣାସ୍ତ୍ର ଆକ୍ରମଣ କଲେ ଏହା  ଆକାଶ ମାର୍ଗରେ କ୍ଷେପଣସ୍ତ୍ରକୁ ଠାବା କରିବା ସହ ଧ୍ୱଂସ କରିବା ସହ ନଷ୍ଟ କରିଦେଇଥାଏ।

ଆମେରିକାର ମିସାଇଲ୍ ଡିଫେନ୍ସ ଏଜେନ୍ସି ବା କ୍ଷେପଣାସ୍ତ୍ର ପ୍ରତିରକ୍ଷା ସଂସ୍ଥାନ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁସାରେ ଆମେରିକାରେ କରାଯାଇଥିବା ପରୀକ୍ଷଣ ବେଳେ କ୍ଷେପଣାସ୍ତ୍ରକୁ ସଫଳତାର ସହ ନଷ୍ଟ କରାଯାଇଥିଲା । ହାଓ୍ୱାଇର ପଶ୍ଚିମ ତଟରେ ଏହି ପରୀକ୍ଷଣ କରାଯାଇଥିଲା । ଏହା ପୂର୍ବରୁ ଏସ୍‌ଏମ-୩ ବ୍ଲକ୧୧ର କରାଯାଇଥିବା ୨ଟି ପରୀକ୍ଷଣ ଅସଫଳ ହୋଇଥିଲା ।

Leave A Reply