ପୃଥ୍ବୀ-୨ କ୍ଷେପଣାସ୍ତ୍ରର ରାତ୍ରକାଳୀନ ପରୀଆଣବିକ କ୍ଷମତା ସମ୍ପନ୍ନ ପୃଥ୍ୱୀ-୨ର କ୍ଷେପଣାସ୍ତ୍ରର ରାତ୍ରୀକାଳିନ ପରୀକ୍ଷା

ବାଲେଶ୍ୱର : ଚାନ୍ଦିପୁର ସମନ୍ୱିତ ପରୀକ୍ଷା କେନ୍ଦ୍ରର ୩ ନମ୍ବର ଉଦ୍କ୍ଷେପଣ କେନ୍ଦ୍ରରୁ ଶୁକ୍ରବାର ଦିନ ସନ୍ଧ୍ୟାରେ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଥିବା ପୃଥ୍ୱୀ-୨ କ୍ଷେପଣାସ୍ତ୍ରର ପରୀକ୍ଷା ସଫଳ ହୋଇଛି। ତିନି ସପ୍ତାହ ଭିତରେ ଏହା ପୃଥ୍ବୀ ୨ କ୍ଷେପଣାସ୍ତ୍ରର ଦ୍ବିତୀୟ ପରୀକ୍ଷା। ସନ୍ଧ୍ୟା ୭.୩୦ ମିନିଟ ସମୟରେ ଏହି ପରୀକ୍ଷା ସମ୍ପୂଣ୍ଣ ହୋଇଥିବା ବିଭାଗ ସୂତ୍ରରୁ ଜଣାଯାଇଛି। ଏହି ବ୍ୟବହାରିକ ପରୀକ୍ଷା ଷ୍ଟ୍ରାଟେଜିକ କମାଣ୍ଡ ଫୋର୍ସ ପକ୍ଷରୁ କରାଯାଇଥିଲା। ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରୁଥିବା ଏହି ଆଣବିକ କ୍ଷମତାସମ୍ପନ୍ନ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୩୫୦ କିଲୋମିଟର ରହିଥିବା ବେଳେ ଏହା ୫୦୦ରୁ ୧୦୦୦ କିଲୋଗ୍ରାମ ପର୍ୟ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିପାରିବ। ଡିଆରଡ଼ିଓର ରାଡ଼ାର, ଇଲେକ୍ଟ୍ରୋ ଅପ୍ଟିକାଲ ଟ୍ରାକିଂ ସିଷ୍ଟମ ଦ୍ୱାରା ଓଡ଼ିଶା ଉପକୂଳରେ ରହିଥିବା ଟେଲିମେଟ୍ରି ଷ୍ଟେସନ ସହାୟତାରେ କ୍ଷେପଣାସ୍ତ୍ରର ଗତିପଥ ଉପରେ ନଜର କରାଯାଇଥିଲା। ୨୦୦୩ ମସିହାରୁ ଭାରତୀୟ ସେନାରେ ନିୟୋଜିତ ହୋଇ ସାରିଥିବା ପୃଥ୍ୱୀ-୨ କ୍ଷେପଣାସ୍ତ୍ରର ଲମ୍ବ ୯ ମିଟର।