ବିଶ୍ୱ ସୁନ୍ଦରୀ ହେଲେ ମେକ୍ସିକୋର ଭେନେସା ପୋନସେ

0

ନୂଆଦିଲ୍ଲୀ : ଚଳିତବର୍ଷର ପ୍ରତିଷ୍ଠିତ ବିଶ୍ୱ ସୁନ୍ଦରୀ ପ୍ରତିଯୋଗୀତା ଚୀନର ସାନ୍ୟା ସହରରେ ଶନିବାର ଆୟୋଜିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ମେକ୍ସିକୋ ସୁନ୍ଦରୀ ଭେନେସା ପୋନସେ ୨୦୧୮ ବିଶ୍ୱ ସୁନ୍ଦରୀ ହୋଇଛନ୍ତି । ଏହି ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାରେ ଭେନେସା ୧୧୭ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜୟ ମୁକୁଟ ପିନ୍ଧିଛନ୍ତି। ତାଙ୍କୁ ବିଜୟ ମୁକୁଟ ଗତବର୍ଷର ବିଶ୍ୱ ସୁନ୍ଦରୀ ତଥା ଭାରତର ମାନୁଷୀ ଛିଲର ପିନ୍ଧାଇଥିଲେ। ସେହିପରି ମିସ୍ ଥାଇଲ୍ୟାଣ୍ଡର ନିକୋଲେନ୍‌ ପିଶାପା ପ୍ରଥମ ରନର୍ସଅପ୍‌ ହୋଇଛନ୍ତି। ଭାରତରୁ ତାମିଲନାଡୁର ଅନୁକୃତି ବାସ ଚଳିତ ବର୍ଷ ବିଶ୍ଵ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇଥିଲେ।

Leave A Reply