ବ୍ରହ୍ମାଣ୍ଡ ସୁନ୍ଦରୀ-୨୦୧୯ର ମୁକୁଟ ପିନ୍ଧିଲେ ଜୋଜିବିନୀ ଟୁଞ୍ଜୀ

ଅଟଲାଣ୍ଟା: ବ୍ରହ୍ମାଣ୍ଡ ସୁନ୍ଦରୀ-୨୦୧୯ର ମୁକୁଟ ହାତେଇ ନେଇଛନ୍ତି ଦକ୍ଷିଣ ଆଫ୍ରିକାର ଜୋଜିବିନୀ ଟୁଞ୍ଜୀ। ଜୋଜିବିନୀ ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗୀତାରେ ବିଜୟୀ ହେବା ପରେ ଦକ୍ଷିଣ ଆଫ୍ରିକାରେ ଖୁସିର ଲହରୀ ଖେଳିଯାଇଛି, ଯାହାର ପ୍ରତିଫଳନ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି।

ଆମେରିକାର ଅଟଲାଣ୍ଟାରେ ରବିବାର ମିସ୍ ୟୁନିଭର୍ସ-୨୦୧୯ର ଅନ୍ତିମ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଏଥିରେ ଭାଗ ନେଇଥିବା ୯୦ ଦେଶର ସୁନ୍ଦରୀଙ୍କୁ ଜୋଜିବିନୀ ପଛରେ ପକାଇ ଦେଇଛନ୍ତି।

ଜୋଜିବିନୀଙ୍କ ସହ ୨୦ ଜଣ ସୁନ୍ଦରୀ ସେମି ଫାଇନାଲ୍‍ ପର୍ଯ୍ୟନ୍ତ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ଭାରତର ବର୍ତ୍ତିକା ସିଂହ ମଧ୍ୟ ଥିଲେ।

ପୋର୍ଟୋରିକୋର ମାଡିସନ ଏଣ୍ଡରସନ ଏହି ପ୍ରତିଯୋଗୀତାରେ ଦ୍ୱିତୀୟ ସ୍ଥାନ ଗ୍ରହଣ କରିଥିବା ବେଳେ ତୃତୀୟ ସ୍ଥାନ ମେକ୍ସିକୋର ସୋଫିଆ ଆରାଗନ ଅଧିକାର କରିଛନ୍ତି।

Comments are closed.