କାଟ୍ରିଓନା ପିନ୍ଧିଲେ ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ

0

ବ୍ୟାଙ୍କକ୍‍ : ଫିଲିଫାଇନ୍ସର କାଟ୍ରିଓନା ଗ୍ରେ ୨୦୧୮ ପାଇଁ ବ୍ରହ୍ମାଣ୍ଡ ସୁନ୍ଦରୀ ହୋଇଛନ୍ତି। ବ୍ୟାଙ୍କକ୍‍ ଠାରେ ଆୟୋଜିତ ଏହି ପ୍ରତିଯୋଗିତାରେ କାଟ୍ରିଓନା ବିଶ୍ୱର ୯୪ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ମୁକୁଟ ହାସଲ କରିଛନ୍ତି। ଦକ୍ଷିଣ ଆଫ୍ରିକାର ଟେମରିନ ଗ୍ରିନ ଦ୍ୱିତୀୟ ସ୍ଥାନ ଓ ଭେନିଜୁଲାର ସେଥଫନି ଗୁଟରେଜ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ୨୦୧୭ର ବ୍ରହ୍ମାଣ୍ଡ ସୁନ୍ଦରୀ ଡେମି ଲେ କାଟ୍ରିଓନା ଗ୍ରେଙ୍କୁ ମୁକୁଟ ପିନ୍ଧାଇଥିଲେ।
ସେହିପରି ଏହି ପ୍ରତିଯୋଗିତାରେ ଭାରତର ନେହେଲ ଚୁଡାସମା ଶ୍ରେଷ୍ଠ ୨୦ ଜଣଙ୍କ ମଧ୍ୟରେ ସ୍ଥାନ ଅଧିକାର କରିପାରି ନଥିଲେ। ଭାରତରେ ନେହଲ ଗୁଜୁରାଟର ମଡେଲ ଏବଂ ସ୍ୱାସ୍ଥ୍ୟ ପରାମର୍ଶଦାତା, ଉପସ୍ଥାପିକା ଭାବେ କାର୍ଯ୍ୟ କରୁଛନ୍ତି। ସେ ୨୦୧୮ ଭାରତର ମିସ ଦୀବା ଓ ମିସ ୟୁନିଭର୍ସ ମୁକୁଟ ହାସଲ କରିସାରିଛନ୍ତି। ସେ ମୁମ୍ବଇର ଠାକୁର ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟରୁ ସ୍ନାତକ ପଢିଛନ୍ତି। 
ଏହି ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ କିନ୍ନର ଭାଗ ନେବା ମୁଖ୍ୟ ଆକର୍ଷଣ ରହିଥିଲା। ସ୍ପେନର ଏଞ୍ଜଲା ପୋନସେ ପ୍ରତିଯୋଗିତା ବିଜୟ ହାସଲ କରିଥିବା ପ୍ରଥମ କିନ୍ନର। ଶ୍ରେଷ୍ଠ ୨୦ ଜଣଙ୍କ ମଧ୍ୟରେ ଏଞ୍ଜଲା ସ୍ଥାନ ଗ୍ରହଣ କରିପାରି ନଥିଲେ ସତ। କିନ୍ତୁ ସେ ଷ୍ଟେଜକୁ ଯିବା ସମୟରେ ସେଠାରେ ଉପସ୍ଥିତ ଥିବା ଦର୍ଶକ ଜୋରଦାର କରତାଳି ସହ ତାଙ୍କୁ ଉତ୍ସାହିତ କରିଥିଲେ।

Leave A Reply