ଚାନ୍ଦିପୁର କ୍ଷେପଣାସ୍ତ୍ର ଲଞ୍ଚପ୍ୟାଡରୁ କ୍ୱିଆର୍‌-ସାମ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

0

ବାଲେଶ୍ୱର:  ବାଲେଶ୍ୱରର  ଚାନ୍ଦିପୁରସ୍ଥିତ ଇଣ୍ଟେରିମ୍‌ ଟେଷ୍ଟ ରେଞ୍ଚରୁ  କ୍ଷେପଣାସ୍ତ୍ର ନିରୋଧି କ୍ଷେପଣାସ୍ତ୍ର କ୍ୟୁଆର୍‌ ସାମର ସଫଳ ପରୀକ୍ଷଣ କରାଯାଇଛି ।

ତିନି ନମ୍ବର ଲଞ୍ଚ ପ୍ୟାଡରୁ  ସକାଳ ୧୦ଟା ୫୮ ମିନିଟରେ ଏହାର ପରୀକ୍ଷଣ କରାଯାଇଛି ।  ଭୂମିରୁ ଆକାଶକୁ ଏହି କ୍ଷେପଣାସ୍ତ୍ର ଲକ୍ଷ୍ୟ ଭେଦ କରିପାରିବ । ୨ କିଲୋମିଟରରୁ ୩୦ କିଲୋ ମିଟର ପର୍ଯ୍ୟନ୍ତ ଏହାର ଲକ୍ଷ୍ୟଭେଦ କ୍ଷମତା ରହିଛି ।  ଶତ୍ରୁ ପକ୍ଷର ବିମାନ, କ୍ଷେପଣାସ୍ତ୍ରକୁ ଏହା ନଷ୍ଟ କରିପାରିବ ।

Leave A Reply