କଂଗ୍ରେସ ଓ କମ୍ୟୁନିଷ୍ଟ ପାର୍ଟିର ମିଶ୍ରଣ ପର୍ବ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଶନିବାର କଂଗ୍ରେସ ଓ କମ୍ୟୁନିଷ୍ଟ ପାର୍ଟିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।
ବଡଦ୍ୱାର ସାହିର କଂଗ୍ରେସର ମିଶ୍ରଣ ପର୍ବରେ ଜିଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା,ବିଧାୟକ ପ୍ରତିନିଧି ନୀଳମାଧଵ ହିକକା, ପିସିସି ସଦସ୍ୟ ଜଗନ୍ନାଥ ପଣ୍ଡା, କୋରାପୁଟ ସାଂସଦ ପ୍ରତିନିଧି କୁମାର ସ୍ୱାମୀ କୌଶଲ୍ୟାଙ୍କ ଉପସ୍ଥିତିରେ ସ୍ଥାନୀୟ ଗାଡିଚାଳକ ସଂଘର ସଭାପତି ଗଜେନ୍ଦ୍ର ଗରଡ଼ିଆଙ୍କ ନେତୃତ୍ୱରେ ପ୍ରାୟ ୧୦ ଜଣ ଚାଳକ କଂଗ୍ରେସ ଦଳରେ ସାମିଲ ହୋଇଥିଲେ। ଏମାନଙ୍କୁ ଦଳୀୟ କର୍ମୀ ମାନେ ଦଳୀୟ ଉତ୍ତରୀୟ ପକାଇ ସ୍ୱାଗତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନେକ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ ।
କମ୍ୟୁନିଷ୍ଟ ପାର୍ଟିର ମିଶ୍ରଣ ପର୍ବ

ସେହିପରି କଲ୍ୟାଣସିଂହପୁର ବ୍ଲକ ପୂଜାରିଗୁଡା ପଞ୍ଚାୟତର କନ୍ଧପରିଡିଗୁଡା ଗ୍ରାମ ନିକଟସ୍ଥ ଆମ୍ବ ତୋଟା ଠାରେ ସିପିଆଇ (ଏମଏଲ) ଲିବରେସନର ବିଶାଳ ଆଦିବାସୀ ସମାବେଶରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ମୁଖ୍ୟତଃ ଗ୍ରାମର ଆଦିବାସୀ ଲୋକମାନଙ୍କ ବିକାଶ କରାଯିବ ବୋଲି ବହୁ ବର୍ଷ ପୂର୍ବରୁ କହି ବିଜୁ ଜନତା ଦଳରେ  ସାମିଲ କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ସାହାଯ୍ୟ ସହଯୋଗ କରିନଥିବାରୁ ବିଜୁ ଜନତା ଦଳ ଉପରେ ବିରକ୍ତ ହୋଇ ଆଜି ପ୍ରାୟ ୩୫ ପରିବାର ସିପିଆଇ (ଏମଏଲ) ଲିବରେସନ ଦଳରେ ସାମିଲ ହୋଇଛନ୍ତି । ରାମଚନ୍ଦ୍ର ପ୍ରାସ୍କାଙ୍କ ନେତୃତ୍ୱରେ ଆଦିବାସୀ ସମାବେଶ ଚାଲିଥିବା ବେଳେ ସଂଘର୍ଷ ମୌର୍ଚ୍ଚା ତରଫରୁ କନ୍ଧ ପରିଡିଗୁଡା ଲୋକମାନେ ସିପିଆଇ (ଏମଏଲ)ରେ ସାମିଲ ହୋଇଥିବାରୁ ସେମାନଙ୍କୁ ଦଳୀୟ  ଚିହ୍ନର ଉତ୍ତରୀୟ ପକାଇ ସ୍ୱାଗତ ଜଣାଇବା ସହ ଧନ୍ୟବାଦ ଜ୍ଞାପନ କରିଥିଲେ। ଜିଲା ସମ୍ପାଦକ ତ୍ରିପତି ଗମାଙ୍ଗ ମଧ୍ୟ ଏମାନଙ୍କୁ ଶୁଭେଛା ଜଣାଇଥିଲେ। ସମାବେଶରେ ଚିତ୍ର ହିକକା, ନାରୀ ହିକକା, ନାରାୟଣ ହିକକା, ରାମ ହିକକା, ଦାନୁ ହିକକା, ବିଶିକା ହିକକା,ଶଙ୍କର କାଡ୍ରାକା ସମେତ ଦଳୀୟ କର୍ମୀ ନେତା ଉପସ୍ଥିତ ରହିଥିଲେ।

Comments are closed.