ହରଭଙ୍ଗା ବ୍ଲକରେ ମିଶନଶକ୍ତି ଭବନ ପାଇଁ ଜମି ଚିହ୍ନଟ

ହରଭଙ୍ଗା: ହରଭଙ୍ଗାରେ ମିଶନଶକ୍ତି ଭବନ ପାଇଁ ବ୍ଲକ କାର୍ଯ୍ୟାଳୟ ପରିସରରେ ଜମି ଚିହ୍ନଟ କରାଯାଇଛି । ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପରିସରରେ ଚାଲିଥିବା ଅସ୍ଥାୟୀ ଜେ.ଏମ.ଏଫ.ସି କୋର୍ଟ ନିକଟସ୍ଥ ଜମିରେ ୫୦ଲକ୍ଷ ଟଙ୍କା ବ୍ୟୟବରାଦରେ ଏହି ଭବନ ନିର୍ମାଣକାର୍ଯ୍ୟ କରାଯିବ । ଏଥିପାଇଁ ପୁରୁଣାକଟକ ପୂର୍ତବିଭାଗ ସହକାରୀ ଯନ୍ତ୍ରୀ ଚୈତନ୍ୟ ଦେହୁରୀ, ହରଭଙ୍ଗା ବ୍ଲକ ସହକାରୀ ଯନ୍ତ୍ରୀ ଅର୍ଜ୍ଜୁନ ଗଡନାୟକ, ଠିକାଦାର ଶୈଳେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଜମି ଚିହ୍ନଟ କାର୍ଯ୍ୟ ସମ୍ପାଦିତ ହୋଇଥିଲା ।

Comments are closed.