ବିଦ୍ୟୁତ ସଂଯୋଗକୁ ନେଇ ଉତ୍ତେଜନା, ଗାଁ ଦାଣ୍ଡରେ ବୁଲିଲା ବନ୍ଧୁକ ଓ ଖଣ୍ଡା

ବାଲେଶ୍ଵର: ଗାଁ ଦାଣ୍ଡରେ ବୁଲିଲା ବନ୍ଧୁକ ଆଉ ଖଣ୍ଡା। ବିଦ୍ୟୁତ୍‌ ସଂଯୋଗକୁ ନେଇ ଏମିତି ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ବର ସଦର ଥାନା ଅନ୍ତର୍ଗତ କେଶପୁର ଗାଁରେ। ପିସ୍ତଲ ଦେଖି ଗାଁ ଲୋକେ ଭୟଭୀତ ହୋଇ ପଡ଼ିଥିଲେ ମଧ୍ୟ ଅଭିଯୁକ୍ତମାନଙ୍କୁ ସାମ୍ନା କରିଥିଲେ। ଏହାର ଭିଡ଼ିଓ ଏବେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି।

ଗତ ୧୯ ତାରିଖ ଦିନ ଖୁଣ୍ଟରୁ ବିଦ୍ୟୁତ ସଂଯୋଗକୁ ନେଇ କେଶପୁର ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଲାଗିଥିଲା। ଗୋଟିଏ ଗୋଷ୍ଠୀ ଦୁର୍ବଳ ଥିବାରୁ ତାଙ୍କ ପରିଚିତ ପୁରୁଣା ବାଲେଶ୍ବର ଗାଁରୁ ଦୁଇଜଣ ସହଯୋଗୀଙ୍କୁ ଡ଼କାଇଥିଲେ। ଦୁଇ ଯୁବକ ମୋଟରସାଇକେଲରେ କେଶପୁରରେ ପହଞ୍ଚି ଦୁଇଟି ବନ୍ଧୁକ ଦେଖାଇ ଅପରଗୋଷ୍ଠୀଙ୍କୁ ଗୁଳି କରିବାକୁ ଧମକାଇଥିଲେ।

ଏଭଳି ସ୍ଥିତିରେ ଅନ୍ୟ ଗୋଷ୍ଠୀ ଖଣ୍ଡା, ଭୁଜାଲି ସହିତ ସାମ୍ନା କରିବାକୁ ପଛାଇ ନ ଥିଲେ। ପରେ ପିସ୍ତଲ ଦେଖାଇ ଧମକାଉଥିବା ଅଭିଯୁକ୍ତମାନେ ଫେରି ଯାଇଥିଲେ। ଏ ନେଇ ସଦର ଥାନାରେ ଏକ ମାମଲା ରୁଜୁ କରାଯାଇଛି। ପୁଲିସ ଅଭିଯୁକ୍ତ ଦ୍ବୟଙ୍କୁ ଚିହ୍ନଟ କରିଥିବାବେଳେ ଉଭୟ ଫେରାର୍‌ ଥିବା ପୁଲିସ କହିଛି।

Comments are closed.