ସ୍ପଷ୍ଟ ଦିବାଲୋକରେ ଝାମ୍ପି ନେଲେ ଦେଢ଼ ଲକ୍ଷ ଟଙ୍କା

ଟିଟିଲାଗଡ଼: ଟିଟିଲାଗଡ଼ ଵଜାର ଶାଖା ସମ୍ମୁଖରୁ ଆଜି ପୂର୍ବାହ୍ନ ୧୧ଟାରେ ଦୁଇ ଜଣ ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟ କରି ଫେରାର ହୋଇଯାଇଛନ୍ତି। ସୂଚନା ଅନୁସାରେ, ସହରର ପ୍ରଦୀପ୍ତ ଜେନା ଆଜି ଷ୍ଟେଟ ବ୍ୟାଙ୍କକୁ ଯାଇ ଟଙ୍କା ଜମା କରିଥିଲେ। ପରେ ବଜାର ବ୍ୟାଙ୍କରେ ଟଙ୍କା ଜମା କରିବାକୁ ଆସି ନିଜ ବାଇକ ରଖି ଡିକିରୁ ଟଙ୍କା ବ୍ୟାଗ୍‌ ବାହାର କରିଥିଲେ। ସେହି ସମୟରେ ପୂର୍ବରୁ ଛକି ଥିବା ଜଣେ ଯୁବକ ଟଙ୍କା ବ୍ୟାଗଟିକୁ ଝାମ୍ପି ନେଇ ଏକ ବାଇକରେ ହେଲମେଟ ପିନ୍ଧି ଅପେକ୍ଷା କରିଥିବା  ଯୁବକଙ୍କ ସହ ଫେରାର ହୋଇ ଯାଇଥିଲେ। ଖବର ପାଇ ଥାନା ଅଧିକାରୀ ରଞ୍ଜନ ବରିହା ପହଞ୍ଚି ଅନୁସନ୍ଧାନ କରିଥିଲେ ହେଁ ଅଦ୍ୟାବଧି ଲୁଟେରାଙ୍କ ପତ୍ତା ମିଳିନାହିଁ।

Comments are closed.