ଚାନ୍ଦା ନଦେବାରୁ ପ୍ରକଳ୍ପ ଭାଗିଲେ ଦୁର୍ବୃତ୍ତ, ଚୋରିକଲେ ସାମଗ୍ରୀ

ନୀଳଗିରି: ବାଲେଶ୍ଵର ଜିଲା ନୀଳଗିରି ଏନଏସି ୯ ନମ୍ବର ୱାର୍ଡ ଅଧୀନ ସିମୁଳିଆ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଉକ୍ତ ଗାଁ ରେ ବେଡି ପୋଖରୀରେ ସୁରକ୍ଷା କାନ୍ଥ ନିର୍ମାଣ ଉଦେଶ୍ୟରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ଅର୍ଥ ମଞ୍ଜୁର ହୋଇଛି। ଏହି କାମକୁ ରମାକାନ୍ତ ମହଲ ନାମକ ଜଣେ ଠିକାଦାର ପ୍ରକଳ୍ପ ନିର୍ମାଣ କରୁଛନ୍ତି। ତେବେ ସେହି ଗାଁର କିଛି ଲୋକ ସମ୍ପୃକ୍ତ ଠିକାଦାରଙ୍କୁ ଚାନ୍ଦା ମାଗିଥିଲେ। ଏଥିରେ ସେ ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ଉକ୍ତ ନିର୍ମାଣାଧୀନ ପ୍ରକଳ୍ପ ଭାଙ୍ଗି କେତେକ ସାମଗ୍ରୀ ଚୋରି କରିଥିବା ଅଭିଯୋଗ ହୋଇଛି। ଏନେଇ ନୀଳଗିରି ଥାନାରେ ଏତଲା ଦାଏର ହୋଇଥିବା ବେଳେ ପୁଲିସ ଚଢ଼ାଉ ଦେଖି ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି।

Comments are closed.