ନାବାଳିକାକୁ ଅସଦାଚରଣ ଅଭିଯୋଗରେ ବାବା ଗିରଫ

0

ପିପିଲି : ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଜଣେ ବାବାକୁ ପିପିଲି ପୁଲିସ ଗିରଫ କରିଛି। ପିପିଲି ଥାନା ଅଧିନସ୍ଥ ମଙ୍ଗଳପୁର ବଜାର ନିକଟବର୍ତ୍ତୀ ଅଞ୍ଚଳର ଏକ ମଠର ୬୨ବର୍ଷୀୟ ବାବା ଜଣେ ନାବାଳିକାକୁ ଅସଦାଚରଣ କରିଥିଲା। ନାବାଳିକାକୁ ଅସଦାଚରଣ କରିବା ପରେ ବାବାକୁ ପୁଲିସ ଗିରଫ କରିଥିଲା। ସୋମବାର ଦିନ ବାବାକୁ ପୁରୀ ସ୍ପେଶାଲ କୋର୍ଟକୁ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶରତ କୁମାର ସାହୁ ସୂଚନା ଦେଇଛନ୍ତି। ଗିରଫ ବାବାର ନାମ ହେଉଛି ଜଗନ୍ନାଥ ଦାସ। ସେ ଏକ ଭଗବତ ବାସୁଦେବ ମଠର ମହନ୍ତ ଭାବେ କାର୍ଯ୍ୟ କରୁଥିବା ସୂଚନା ମିଳିଛି।

Comments
Loading...