ଅଭିନେତା ଅଲି ଫଜଲଙ୍କ ମାତୃ ବିୟୋଗ

ଲକ୍ଷ୍ନୌ : ବଲିଉଡର ଜଣାଶୁଣା ଯୁବ ଅଭିନେତା ଅଲି ଫଜଲଙ୍କ ମା’ଙ୍କର ବୁଧବାର ତାଙ୍କ ଲକ୍ଷ୍ନୌ ସ୍ଥିତ ବାସଭବନରେ ଦେହାନ୍ତ ହୋଇଥିବା ଜଣାପଡିଛି। କିଛି ଦିନ ହେବ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଭଲ ନଥିଲାବେଳେ ଆଜି ତାଙ୍କର ମୃତ୍ୟୁ ହୋଇଥିବା ନେଇ ଅଲି ଫଜଲଙ୍କ ମୁଖପାତ୍ରଙ୍କ ସୂଚନା ଦେଇଛନ୍ତି।

ଅଲି ଫଜଲଙ୍କ ତରଫରୁ ତାଙ୍କ ମୁଖପାତ୍ର ଗଣମାଧ୍ୟମରେ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ଅଲି ଫଜଲଙ୍କ ମା’ ଆଉ ଏହି ଦୁନିଆରେ ନାହାଁନ୍ତି।  ସେ ହଠାତ୍ ଅସୁସ୍ଥ ହୋଇ ୧୭ ଜୁନ୍ ୨୦୨୦ ସକାଳେ ଲକ୍ଷ୍ନୌଠାରେ ମୃତ୍ୟୁ ବରଣ କରିଛନ୍ତି।

ଅଲି ଫଜଲ ନିଜେ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ଏହି ଖବରକୁ ନିଶ୍ଚିତ କରିଛନ୍ତି। ସେ ଲେଖିଛନ୍ତି, ‘ବର୍ତ୍ତମାନ ମୁଁ ତୁମ ପାଇଁ ମୋର ସାରା ଜୀବନ ବଞ୍ଚିବି। ମୁଁ ତୁମକୁ ବହୁତ୍ ମନେ ପକେଇବି। ତୁମେ ମୋର ସୃଜନଶୀଳତାର ଉତ୍ସ ଥିଲ। ତୁମେ ମୋ ପାଇଁ ସବୁକିଛି ଥିଲ।

ଅଲି ଫଜଲ ତାଙ୍କ ମାଙ୍କ ସହ ରହୁଥିବା ଜଣାପଡିଛି। ଯେତେବେଳେ ତାଙ୍କୁ ୧୮ ବର୍ଷ ହୋଇଥିଲା, କିଛି ଅସୁବିଧା ହେତୁ ଅଲିଙ୍କ ପିତାମାତା ପରସ୍ପରଠାରୁ ଅଲଗା ହୋଇଥିଲେ ଏବଂ ସେମାନଙ୍କର ଛାଡପତ୍ର ହୋଇଥିଲେ। ସେବେଠାରୁ ସେ ତାଙ୍କ ପିତାଙ୍କୁ ଛାଡି ତାଙ୍କ ମାଆଙ୍କ ସହ ରହୁଥିଲେ।

ଅଲି ଫଜଲ ଫୁକ୍‌ରେ, ଫୁକ୍‌ରେ ରିଟର୍ନସ, ମିଲନ ଟକିଜ, ହାଉସ ଆରେଷ୍ଟ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ସେ ଆମାଜନ ପ୍ରାଇମ ଭିଡିଓର ୱେବ୍ ସିରିଜ୍ ‘ମିର୍ଜାପୁର’ରେ ଗୁଦ୍ଦୁ ପଣ୍ଡିତଙ୍କ ଭୂମିକାରେ ଅଭିନୟ କରି ବେଶ୍ ଜଣାଶୁଣା ହୋଇଥିଲେ।

Comments are closed.