ସିଝାଲଙ୍କା ମଟନ କଷା

ଅଦାରସୁଣ ବଟା – ୪ଚାମଚ
ମଟନ – ୭୫୦ ଗ୍ରାମ
କଞ୍ଚାଲଙ୍କା – ଆବଶ୍ୟକ ଅନୁଯାୟୀ
ସୋରିଷ ତେଲ – ଆବଶ୍ୟକ ଅନୁଯାୟୀ
ଧନିଆ ପତ୍ର – ଆବଶ୍ୟକ ଅନୁଯାୟୀ
ଲୁଣ – ଆବଶ୍ୟକ ଅନୁଯାୟୀ
କଟା ଟମାଟୋ – ଆବଶ୍ୟକ ଅନୁଯାୟୀ
କସ୍ତୁରୀ ମେଥି – ଆବଶ୍ୟକ ଅନୁଯାୟୀ
ଗରମ ମସଲା – ଆବଶ୍ୟକ ଅନୁଯାୟୀ
ହଳଦୀ ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଲଙ୍କା ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ କଡ଼େଇ ବସାନ୍ତୁ। କଡ଼େଇରେ ପାଣି ଗରମ କରି କଞ୍ଚାଲଙ୍କା ପକାଇ ଫୁଟାନ୍ତୁ। କିଛି ସମୟ ଫୁଟିବା ପରେ ସେଥିରେ ମଟନ ପକାନ୍ତୁ। ମଟନ ଅଳ୍ପ ସିଝିବା ପରେ ଏଥିରେ ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ ପକାଇ କିଛି ସମୟ ଘୋଡ଼ଣୀ ଦେଇ ରଖନ୍ତୁ। ଏବେ ଆଉ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ଅଦା ରସୁଣ ବଟା ପକାଇ କଷନ୍ତୁ । କଷିବା ସମୟରେ ଅଳ୍ପ ଲୁଣ ହଳଦୀ ଗୁଣ୍ଡ ପକାନ୍ତୁ। ଏବେ ଏଥିରେ ପୂର୍ବ ପ୍ରସ୍ତୁତ ମଟକୁ ପକାଇ ପରେ ଏହାକୁ କିଛି ସମୟ ଗ୍ୟାସରେ ବସାନ୍ତୁ। କିଛି ସମୟ ପରେ ଛୋଟ ଛୋଟ କଟା ହୋଇଥିବା ଟମାଟୋ, କସ୍ତୁରୀ ମେଥି ପକାଇ ଘୋଡ଼ାଇ ଦିଅନ୍ତୁ। ଅଳ୍ପ ସମୟ ପରେ ସେଥିରେ ଗରମ ମସଲା ଓ ଧନିଆ ପତ୍ର ପକାଇ ଭଲରେ ଗୋଳାଇ ଗ୍ୟାସରେ ବସାନ୍ତୁ। ଏବେ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସିଝାଲଙ୍କା ମଟନ କଷା।

Comments are closed.