ଝୋଳ ଲଙ୍କା ଆଚାର

ଆବଶ୍ୟକ ସାମଗ୍ରୀ
କଞ୍ଚା ଲଙ୍କା – ୨୫୦ ଗ୍ରାମ
ପାଣି – ୨କପ
ମେଥି – ଅଳ୍ପ
ହେଙ୍ଗୁ – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ପାନ ମଧୁରୀ – ଅଳ୍ପ
ସୋରିଷ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସରେ ଏକ କଡ଼େଇ ବସାଇ ପାନ ମଧୁରୀ, ମେଥିକୁ ଅଳ୍ପ ଭାଜି ଦିଅନ୍ତୁ। ଏହାପରେ ପାନ ମଧୁରୀ, ମେଥି, ସୋରିଷକୁ ପେଷି ଦିଅନ୍ତୁ। ମାତ୍ର ସମ୍ପୂର୍ଣ୍ଣ ପାଲିସ କରି ପେଷିବେ ନାହିଁ। ଏବେ ପୁଣି ଗ୍ୟାସରେ ଏକ ପାତ୍ର ବସାଇ ପାଣି ଫୁଟାନ୍ତୁ। ଫୁଟିବା ପରେ ଗ୍ୟାସ ବନ୍ଦ କରି ଏହି ପାଣିରେ ଲଙ୍କା ପକାଇ ୧୦ ମିନିଟ ଘୋଡ଼ାଇ ରଖି ଦିଅନ୍ତୁ। ୧୦ ମିନିଟ ପରେ ପାଣିରୁ ଲଙ୍କା ଛାଣି ଏକ ପାତ୍ରକୁ କାଢି ରଖନ୍ତୁ। ପୂର୍ବରୁ ପ୍ରସ୍ତୁତ କରିଥିବା ମସଲା ପେଷ୍ଟରେ ହେଙ୍ଗୁ ଓ ଲୁଣ ମିଶାଇ ମସଲା ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାପରେ ପାତ୍ରରେ ରଖିଥିବା ଲଙ୍କାର ମଧ୍ୟମ ଭାଗକୁ ଛୁରୀ ସାହାଯ୍ୟରେ କାଟି ଲଙ୍କା ଭିତରେ ପ୍ରସ୍ତୁତ ମସଲା ପେଷ୍ଟକୁ ଭରନ୍ତୁ। ଏହାପରେ ଏହି ଲଙ୍କାକୁ ଏକ କାଚ ପାତ୍ରରେ ରଖି ଉପରେ ଅଳ୍ପ ମସଲା ଓ ଲଙ୍କା ବତୁରାଇଥିବା ପାଣିକୁ ପକାନ୍ତୁ। ଏହି ଲଙ୍କା କାଚ ପାତ୍ରକୁ ୨ ଦିନ ଯାଏଁ ଖରା ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଝୋଳ ଲଙ୍କା ଆଚାର।

Comments are closed.