କଳାସୂତ୍ରର ଚମତ୍କାରୀ ଗୁଣ

0

ସାଧାରଣତଃ ଆମ ମଧ୍ୟରୁ ଅନେକ ହାତ କିମ୍ବା ପାଦରେ କଳା ସୂତା ବାନ୍ଧି ଥାଆନ୍ତି। ଏହା ଆଜି କାଲି ଏକ ଫ୍ୟାଶନ ମଧ୍ୟ ପାଲଟି ଯାଇଛି। ହେଲେ ଲୋକେ କଳା ସୂତ୍ରର ବାସ୍ତବିକ ମହତ୍ତ୍ୱ ବିଷୟରେ ଅବଗତ ନଥାନ୍ତି। ତନ୍ତ୍ରଶାସ୍ତ୍ରରେ କଳା ସୂତ୍ରର ବିଶେଷ ମହତ୍ତ୍ୱ ରହିଛି। ତନ୍ତ୍ରଶାସ୍ତ୍ର ଅନୁସାରେ, କଳା ସୂତା ସମସ୍ତ ଖରାପ ଶକ୍ତିକୁ ନିଜ ମଧ୍ୟରେ ଲୀନ କରି ଦେଇଥାଏ। ଯଦ୍ୱାରା ଆପଣଙ୍କ ଉପରେ ନକରାତ୍ମକ ଶକ୍ତି କୌଣସି ପ୍ରଭାବ ପକାଇ ପାରେନାହିଁ। କଳା ସୂତା କେବଳ ଖରାପ ନଜରରୁ ରକ୍ଷା କରେ ନାହିଁ ବରଂ ଏହା ଆପଣଙ୍କ ଭାଗ୍ୟ ମଧ୍ୟ ବଦଳାଇ ଦେଇଥାଏ। ତେବେ ଚାଲନ୍ତୁ ଜାଣିବା କଳା ସୂତାର ଚମତ୍କାରୀ ଗୁଣ ବିଷୟରେ –

ତନ୍ତ୍ରଶାସ୍ତ୍ର ଅନୁସାରେ, ଶନିବାର କିମ୍ବା ମଙ୍ଗଳବାର ସନ୍ଧ୍ୟାରେ ହନୁମାନ ମନ୍ଦିର ଯାଇ ପ୍ରଭୁ ହନୁମାନଙ୍କ ମୂର୍ତ୍ତିରୁ ସିନ୍ଦୁର ଆଣି ଏକ କଳା ସୂତାରେ ଲଗାନ୍ତୁ। ତା’ପରେ ଏହି ସୂତାକୁ ଘରର ମୁଖ୍ୟ ଫାଟକରେ ବାନ୍ଧି ଦିଅନ୍ତୁ। ଏପରି କରିବା ଦ୍ୱାରା ନକରାତ୍ମକ ଶକ୍ତି ଆପଣଙ୍କ ଘରୁ ଦୂରେଇ ରହିବ।

ଏହି କଳାସୂତାକୁ ହାତରେ ବାନ୍ଧିବା ଦ୍ୱାରା ଆପଣଙ୍କ କାର୍ଯ୍ୟରେ ଉପୁଜୁଥିବା ସମସ୍ତ ବାଧା ଦୂରେଇଯିବା ସହିତ ସଫଳତାର ବାଟ ଖୋଲିଯିବ।

କଳା ସୂତାକୁ ପିଲାଙ୍କୁ ଧାରଣ କରାଇଲେ ଖରାପ ଶକ୍ତିର ପ୍ରଭାବରୁ ସେମାନେ ରକ୍ଷା ପାଇଥାଆନ୍ତି। ଏଥିସହିତ ପିଲାଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ।

କଳାସୂତାରେ ପ୍ରଭୁ ହନୁମାନଙ୍କ ପାଦର ସିନ୍ଦୁର ଲଗାଇ ଧାରଣ କରିବା ଦ୍ୱାରା ରୋଗରୁ ମଧ୍ୟ ରକ୍ଷା ମିଳିଥାଏ।

Leave A Reply