ପିପିଲିରେ ରାଜ୍ୟସ୍ତରୀୟ ଦଳିତ ସମାବେଶ

ଦେଢ ହଜାର ଲୋକଙ୍କୁ କମ୍ବଳ ବଣ୍ଟନ

ପିପିଲି : ଜାତୀୟ ଦଳିତ ଆଦିବାସୀ ସଂଖ୍ୟାଲଘୁ ମହାସଂଘର ରାଜ୍ୟସ୍ତରୀୟ ସମାବେଶ ପିପିଲି ନିକଟବର୍ତ୍ତି ଜଗନ୍ନାଥପୁର ଠାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୫୦ଜଣ ଭିନ୍ନକ୍ଷମଙ୍କ ସମେତ ଦେଢ ହଜାର ଗରୀବ ପୁରୁଷ ଓ ମହିଳାଙ୍କୁ କମ୍ବଳ ଓ ସାଲ ବଣ୍ଟନ କରାଯାଇଥିଲା।
ଏହି ଅବସରରେ ମହାସଂଘର ରାଜ୍ୟ ସଭାପତି ବିଜୟ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ମେଟ୍ରୋ ଟିଭିର ସଂପାଦକ ପ୍ରକାଶ ରଥ, ମୁଖ୍ୟବକ୍ତା ଭାବେ ବଡ ଖବର ସଂପାଦକ ଅର୍ଦ୍ଧେନ୍ଦୁ ଦାଶ, ସମ୍ମାନିତ ଅତିଥି ଭାବେ ପୂର୍ବତନ ସାଂସଦ ବିଭୂ ପ୍ରସାଦ ତରାଇ, ଅନ୍ୟତମ ଅତିଥି ଭାବେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସାଧାରଣ ସଂପାଦକ ପୂର୍ଣ୍ଣଚନ୍ଦ୍ର ନାୟକ, ବରିଷ୍ଠ ସାମ୍ବାଦିକ ପ୍ରମୋଦ ସାମନ୍ତରାୟ, ବରିଷ୍ଠ ନେତା କୃଷ୍ଣଚନ୍ଦ୍ର ଜଗଦ୍ଦେବ, ବରିଷ୍ଠ ଶିକ୍ଷାବିତ୍‍ ବୃନ୍ଦାବନ ଜେନା, ଡାକ୍ତର ଉସିମ ଉଦ୍ଦିନ ଅହମ୍ମଦ, ଆଇନଜୀବୀ କବିରାଜ ପ୍ରଧାନ, ସମାଜସେବୀ ପ୍ରବୀର ହାଲଦାର ପ୍ରମୁଖ ଯୋଗଦେଇ ଦଳିତ ଆଦିବାସୀ ମାନଙ୍କର ବିକାଶ ହେଲେ ଦେଶର ପ୍ରଗତି ସମ୍ଭବ ବୋଲି ପ୍ରକାଶ କରିଥିଲେ । ନାରୀମାନେ ସର୍ବଦା ସମ୍ମାନ ଓ ସେମାନଙ୍କ ଅଧିକାର ପାଇବା ଦରକାର ବୋଲି ଅତିଥିମାନେ ମତବ୍ୟକ୍ତ କରିବା ସହ ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅନ୍ୟାୟ ଅତ୍ୟାଚାରକୁ ଦୃଢ ବିରୋଧ କରିଥିଲେ । ଦଳିତ ଓ ଆଦିବାସୀଙ୍କ ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ଦିଗରେ ସମସ୍ତେ ସହଯୋଗ ମନୋବୃତ୍ତି ରଖି କାର୍ଯ୍ୟ କରିବା ଉଚିତ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ସାଂପ୍ରତିକ ସମାଜରେ ହେଉଥିବା ଦୁର୍ନିତି, ଅତ୍ୟାଚାର, ଗୁଣ୍ଡାରାଜ ବିରୋଧରେ ସ୍ୱର ଉତ୍ତୋଳନ କରି ଅସହାୟଙ୍କୁ ନ୍ୟାୟ ଦେବାରେ ସଫଳ ହୋଇଥିବା ମହାସଂଘର ରାଜ୍ୟ ସଭାପତି ବିଜୟ କୁମାର ସେଠୀଙ୍କୁ ଅତିଥିମାନେ ଉଚ୍ଚ ପ୍ରଶଂସା କରିଥିଲେ।

ପୁରୀ ଜିଲାର ନିର୍ଦ୍ଦିଷ୍ଟ ଏକ ସ୍ୱେଚ୍ଛାସେବୀ ସଂଗଠନ ସେବା ନାମରେ ହରିଲୁଟ୍‍ କରୁଥିବା ବେଳେ ୪ଜଣ ନିରୀହ ଜନତାଙ୍କ ମୃତ୍ୟୁର ପ୍ରକୃତ ରହସ୍ୟ ଉନ୍ମୋଚନ ସହ ଦୋଷୀଙ୍କୁ ଦଣ୍ଡ ପ୍ରଦାନ ଦିଗରେ ସଂଗଠନ ଆନ୍ଦୋଳନ ଜାରି ରଖିବ ବୋଲି ଶ୍ରୀସେଠୀ କହିଥିଲେ । ଏହି ଅବସରରେ ଜିଲାର କେତେକ ବରିଷ୍ଠ ସାମ୍ବାଦିକ, ସମାଜସେବୀ, ଡାକ୍ତର, ଶିକ୍ଷାବିତ୍‍ ଓ କ୍ରୀଡାବିତ୍‍ଙ୍କୁ ସଂବର୍ଦ୍ଧିତ କରାଯାଇଥିଲା। ପରେ ୫୦ଜଣ ଭିନ୍ନକ୍ଷମଙ୍କ ସମେତ ଦେଢ ହଜାର ଗରୀବ ଲୋକଙ୍କୁ କମ୍ବଳ ଓ ସାଲ ବଣ୍ଟନ କରାଯାଇଥିଲା । ଶେଷରେ ମହାସଂଘର ମହିଳା ମୋର୍ଚ୍ଚା ସଂପାଦିକା ସୋନିଲତା ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ମହାସଂଘର ପ୍ରକାଶ ଭୋଇ, ନାରୀନେତ୍ରୀ ଲକ୍ଷ୍ମୀପ୍ରୀୟା ବେହେରା, ମମତା ବେହେରା, ପ୍ରଭାତୀ ମଲ୍ଲିକ, ମାନିନି ବେହେରା, ମୀନା ସେଠୀ ପ୍ରମୁଖ ପରିଚାଳନା କରିଥିଲେ।

Comments are closed.