ଟ୍ରେନରୁ ୭ ଜଣ ନାବାଳିକା ଏବଂ ୩ ଜଣ ନାବାଳକ ଉଦ୍ଧାର; ମୁମ୍ବାଇ ଚାଲଣ କରୁଥିବା ୨ ଦଲାଲ ଅଟକ

ରାଉରକେଲା :  ରାଉରକେଲା ରେଳ ଷ୍ଟେସନରେ ଗୀତାଞ୍ଜଳି ଏକ୍ସପ୍ରେସରୁ ୭ ଜଣ ନାବାଳିକା ଏବଂ ୩ ଜଣ ନାବାଳକ ଉଦ୍ଧାର ହୋଇଛି । ରାଜ୍ୟ ବାହାରକୁ ଚାଲଣ କରାଯାଉଥିବା ସନ୍ଦେହରେ ଆରପିଏସଫ ଏବଂ ଜିଆରପି ପୁଲିସ ଚଢଉ କରି ସେମାନଙ୍କୁ ଉଦ୍ଧାର କରିଛି । ଏହା ସହ ନିଜକୁ ନାବାଳିକାର ଭାଇ ବୋଲି କହୁଥିବା ଦୁଇ ଜଣ ଦଲାଲଙ୍କୁ ମଧ୍ୟ ପୁଲସ ଧରିଛି । ଏମାନେ ସମସ୍ତେ ବିହାରର କଟିହାରି ଜିଲ୍ଲାର ବୋଲି ଜଣାପଡିଛି । ସେମାନଙ୍କୁ ବିହାରରୁ ହାୱଡା ଦେଇ ମୁମ୍ବାଇ ମଦର୍ଶାରେ ପଢିବା ପାଇଁ ନେଇ ଯାଉଥିଲେ ବୋଲି ନିଜକୁ ନାବାଳିକାଙ୍କ ଭାଇ କହୁଥିବା ଦୁଇ ଦଲାଲ ପୁଲିସ ଆଗରେ ବୟାନ ଦେଇ କହିଛନ୍ତି । ପୁଲିସ ଦୁଇ ଦଲାଲକୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଉଦ୍ଧାର ନାବାଳିକା ଓ ନାବାଳକଙ୍କୁ ଜିଆରପି ପୁଲିସ ଚାଇଲଡ଼ ଲାଇନକୁ ହସ୍ତାନ୍ତର କରିଛି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ସେମାନଙ୍କ ଅଞ୍ଚଳରେ ମଦର୍ଶା ଥିବା ସତ୍ତ୍ବେ କେଉଁ କାରଣରୁ ସେମାନଙ୍କୁ ମୁମ୍ବାଇ ନିଆଯାଉଥିଲା। ପାଠ ପଢିବା ପାଇଁ କିମ୍ବା ଅନ୍ୟ କୌଣସି ଅନୈତିକ କାର୍ଯ୍ୟରେ ଲିପ୍ତ କରେଇବା ପାଇଁ ନିଆଯାଉଥିବା ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏଥିରେ ଏମାନଙ୍କ ପରିବାର ଲୋକଙ୍କ ସହମତି ଅଛି କି ନାହିଁ, ଚାଇଲଡ଼ ଲାଇନ ଏହାର ଅଧିକ ତଦନ୍ତ କରୁଛି । ପରିବାର ଲୋକଙ୍କ ସହ ଯୋଗାଯୋଗ ପରେ ପ୍ରକୃତ ତଥ୍ୟ ସମ୍ନାକୁ ଆସିବ ବୋଲି ପୁଲିସ କହିଛି ।

Comments are closed.