ନାବାଳିକାକୁ ​ଯୌନ ନିର୍ଯ୍ୟାତନା ; ଅଭିଯୁକ୍ତକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ

ନବରଙ୍ଗପୁର : ଜଣେ ନାବାଳିକାକୁ ଯୌନ ନିର୍ଯ୍ୟାତନା ମାମଲାର ଶୁଣାଣି କରି ଆଡହକ୍‍ ଅତିରିକ୍ତ ଜିଲା ଓ ଦୌରା ଜଜ୍‍ ତଥା ଫାଷ୍ଟଟ୍ରାକ ସ୍ୱତନ୍ତ୍ର ଅଦାଲତ (ପୋକ୍ସୋର ବିଚାରପତି ନିରଞନ ସାହୁ ଅଭିଯୁକ୍ତକୁ ୧୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୧୦ ହଜାର ଟଙ୍କା ଜରିମାନା ଓ ଏହି ଟଙ୍କା ଅନାଦେୟରେ ଅଧିକ ୩ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଗତ ୧୧.୭.୨୦୧୪ରେ ନାବାଳିକାର ମା’ଙ୍କର ଏତଲା ଆଧାରରେ କୋଡିଙ୍ଗାଥାନା ଅନ୍ତର୍ଗତ ଫୁଫୁଗାଁର ତାଙ୍କର ନାବାଳିକା ଝିଅ କରଚାମାଳ ଆଶ୍ରମ ସ୍କୁଲରେ ସପ୍ତମ ଶ୍ରେଣୀରେ ପଢୂୁଥିବାବେଳେ ଛୁଟି ପରେ ଗତ୯.୭.୨୦୧୪ରେ ନାବାଳିକା ଝିଅକୁ ତାଙ୍କର ଭଣଜା ସୁନୀଲ କୁମାର ବାଘଙ୍କ ସହିତ ସ୍କୁଲକୁ ପଠାଇଥିଲେ। ତେବେ ସେମାନେ ନବରଙ୍ଗପୁର ବଜାରରେ ନାବାଳିକାର ଚପଲ କିଣିବା ପାଇଁ ଯାଇଥିଲେ । ଏହି ସମୟରେ ନବରଙ୍ଗପୁର ସହରର ଚାଉଁରିଆ ଗୁଡାର ଗୋବର୍ଦ୍ଧନ ହରିଜନଙ୍କର ପୁଅ ରାଜେନ୍ଦ୍ର ହରିଜନ ବଜାରକୁ ଆସି ନାବାଳିକାକୁ ଚାଉଁରିଆଗୁଡାରେ ଥିବା ତାର ବଡମାଙ୍କ ଘରେ ନେଇ ଛାଡିଦେବାକୁ କହିଥିଲେ । ତେବେ ଏଥିରେ ବିଶ୍ୱାସ କରି ସୁନୀଲ ନାବାଳିକାକୁ ରାଜେନ୍ଦ୍ର ଜିମା ଦେଇଥିଲେ। ରାଜେନ୍ଦ୍ର ତାକୁ ଘରକୁ ନେଇ ନାବାଳିକାର ଅନିଛା ପ୍ରକାରେ ଜବରଦସ୍ତ ଭାବେ ଯୈାନ ନିର୍ଯ୍ୟାତନା ଦେଇଥିଲେ। ଏତଲା ପରେ ପୁଲିସ ନାବାଳିକାକୁ ରାଜେନ୍ଦ୍ର ଘରୁ ଉଦ୍ଧାର କରିଥିବାବେଳେ ରାଜେନ୍ଦ୍ର ଫେରାର ହୋଇଯାଇଥିଲା । ଏହାକୁ ନେଇ ନବରଙ୍ଗପୁର ଥାନାରେ  ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାର ଶୁଣାଣୀ କରି ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ବିଚାରପତି ଶ୍ରୀ ସାହୁ ଅଭିଯୁକ୍ତ ରାଜେନ୍ଦ୍ର ଓରଫ୍‍ ରାଜୁ ହରିଜନକୁ ଦୋଷୀ ସାବ୍ୟସ୍ତ କରି ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

Comments are closed.