ପୁଣି ଲଜ୍ଜା : ୨ ନାବାଳିକା ବଳାତ୍କାରର ଶିକାର

ନୟାଗଡ଼/ଭଦ୍ରକ : ରାଜ୍ୟରେ ବଳାତ୍କାର ମାମଲା ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ପୁଣି ୨ଟି ବଳାତ୍କାର ମାମଲା ସାମ୍ନାକୁ ଆସିଛି। ନୟାଗଡ଼ ଜିଲା ଫତେଗଡ଼ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କୁ ଲିଫ୍ଟ ଦେବା ବାହାନାରେ ଉଠାଇନେଇ ଜଣେ ଦୁର୍ବୃତ୍ତ ବଳାତ୍କାର କରିଥିବା ଜଣାପଡ଼ିଛି।

ସେହିପରି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବାଣିତିଆ ପଞ୍ଚାୟତ ନାଲଗରା ଗ୍ରାମରେ ମଧ୍ୟ ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ନାବାଳିକା ଜଣକ ବୁଧବାର ସ୍କୁଲକୁ ଯାଇ ଘରକୁ ଫେରି ନଥିଲେ। ଉକ୍ତ ଗ୍ରାମର ଜଣେ ଯୁବକ ତାଙ୍କୁ ଉଠାଇ ନେଇ ବଳାତ୍କାର କରିଥିବା ସୂଚନା ମିଳିଛି। ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.