ବାଳକଙ୍କ ଉପରେ ମାଡ଼ିଗଲା କାର୍‍: ୧ମୃତ, ୭ ଆହତ

0

ନାସିକ : ନବରାତ୍ରି ଉପଲକ୍ଷେ ୮ଜଣ ବାଳକ ସ୍ଥାନୀୟ କାଳିକା ମାତା ମନ୍ଦିରକୁ ଯାଉଥିବାବେଳେ ଏକ ଦ୍ରୁତଗାମୀ କାର୍‍ ସେମାନଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ ବିଶାଲ ପୱାର(୧୧) ନାମରେ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୭ଜଣ ଗୁରୁତର ଆହତ ହୋଇଛନ୍ତି। ବାଳକମାନଙ୍କ ଘର ନାସିକର ସାଇନାଥ ନଗରଠାରେ ଓ ସେମାନଙ୍କ ବୟସ ୯ରୁ ୧୫ମଧ୍ୟରେ ବୋଲି ଜଣାପଡ଼ିଛି। ଆହତମାନଙ୍କର ନାସିକ ସିଭିଲ ହସ୍ପିଟାଲରେ ଚିକିତ୍ସା ଚାଲିଛି। ଏହି ଦୁର୍ଘଟଣା ରବିବାର ଭୋର ସମୟରେ ଘଟିଥିଲା। ଦୁର୍ଘଟଣା ଘଟାଇବା ପରେ ଚାଳକ ଗାଡ଼ି ନେଇ ଫେରାର ହୋଇଯାଇଛି।

Leave A Reply