ନାବାଳିକା ଉଦ୍ଧାର

ଚୌଦ୍ୱାର : ଗତ ଶୁକ୍ରବାର ଠାରୁ ଘରୁ ପଳାଇ ଯାଇଥିବା ଜନୈକା ନାବାଳିକାକୁ ଟାଙ୍ଗୀ-ଚୌଦ୍ୱାର ବାଲ୍ୟ ବିବାହ ଟାସ୍କ ଫୋର୍ସ ଟିମ ଉଦ୍ଧାର କରିଛି। ସୂଚନା ଅନୁଯାୟୀ ଚୌଦ୍ୱାର ଏହି ନାବାଳିକା ଚୌଦ୍ୱର ଅଞ୍ଚଳରେ ରହୁଥିବା ବିହାର ଅଞ୍ଚଳର ଜନୈକ ନାବାଳକ ସହିତ କଲେଜ ପଢିବା ସମୟରେ ପ୍ରେମ ସଂପର୍କ ଗଢିଉଠିଥିଲା। ଘଟଣା ଜଣା ପଡ଼ିବା ପରେ ଉଭୟ ପରିବାର ଏହାକୁ ବିରୋଧ କରିଥିଲେ। ହେଲେ ପ୍ରେମୀଯୁଗଳ ଗତ ଶୁକ୍ରବାର ଦିନ ଲୁଚିକରି ଘରୁ କେଉଁ ଆଡେ ପଳାଇ ଯାଇଥିଲେ। ଏ ସମ୍ପର୍କରେ ନାବାଳିକାର ପରିବାର ଲୋକେ ଚୌଦ୍ୱାର ଥାନାରେ ଜଣାଇଥିଲେ। ବିଶେଷ ସୁତ୍ରରୁ ଖବରପାଇ ଟାସ୍କ ଫେର୍ସର ସଦସ୍ୟ ନରୋତ୍ତମ ଦାସ,ସମାଜସେବୀ କିରଣବାଳା ନାୟକ, ସବିତା ବେହେରା ଓ ଚୌଦ୍ୱାର ପୁଲିସ ନାବାଳିକାକୁୁ ଠାବ କରି ଥାନାକୁ ଆଣିଥିଲେ। ନାବାଳିକା ଜଣକ ନିଜ ବାପ ମାଙ୍କ ସାଙ୍ଗରେ ଯିବାକୁ ରାଜି ନହେବାରୁ ତାକୁ କଟକ ସ୍ଥିତ ବସୁନ୍ଧରାରେ ଛାଡି ଦିଆଯାଇଛି। ନାବାଳକ ଜଣକ ଫେରାର ଥିବା ପ୍ରକାଶ।

Comments are closed.