ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ; ଅଭିଯୁକ୍ତ ଅଟକ

ନୀଳଗିରି: ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରି ଗର୍ଭବତୀ କରିବା ଅଭିଯୋଗରେ ସମ୍ପୃକ୍ତ ଅଭିଯୁକ୍ତକୁ ନୀଳଗିରି ପୁଲିସ ଅଟକ ରଖିଛି। ବାଲେଶ୍ୱର ଜିଲା ନୀଳଗିରି ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ଥିବା ଏକ ସ୍କୁଲର ଅଷ୍ଟମଶ୍ରେଣୀ ଛାତ୍ରୀଙ୍କୁ ସ୍ଥାନୀୟ ଅସ୍ତିଆ ଗାଁର କୁଣ୍ଡୁ ହେମ୍ବ୍ରମ (୨୭) ନାମକ ଯୁବକ ବାରମ୍ବାର ବିଭିନ୍ନ ସ୍ଥାନରେ ନେଇ ଇଛା ବିରୋଧରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସମ୍ପ୍ରତି ନାବାଳିକା ଜଣକ ଦୁଇମାସର ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି। ଏ କଥା କାହା ଆଗରେ ପ୍ରକାଶ କଲେ ଗାଡ଼ି ଚପାଇ ମାରିଦେବ ବୋଲି ଅଭିଯୁକ୍ତ ଜଣକ ଧମକ ଦେଇଛି। ଏ ସମ୍ପର୍କରେ ମଙ୍ଗଳବାର ସନ୍ଧ୍ୟାରେ ଝିଅର ବାପା ନୀଳଗିରି ଥାନାରେ ଏତଲା ଦେବା ପରେ ଅଭିଯୁକ୍ତକୁ ଅଟକ ରଖାଯିବା ସହ ନୀଳଗିରି ଆଇଆଇସି ନଳିତା ମୋଦି ପିଡ଼ୀତାଙ୍କ ବୟାନ ରେକର୍ଡ଼ କରୁଥିବା ସୂଚନା ମିଳିଛି। ବୁଧବାର ଉଭୟଙ୍କ ଡାକ୍ତରୀମାଇନା କରାଯାଇ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ

Comments are closed.