ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ପାଇକମାଳ: ବରଗଡ଼ ଜିଲା ପାଇକମାଲ ଥାନା ଅନ୍ତର୍ଗତ ଭୁବନେଶ୍ୱରପୁର ପଞ୍ଚାୟତର ଯୋଗେନ୍ଦ୍ରନାଥପୁର ଗ୍ରାମରେ ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ନାବାଳିକାର ପିତା ରାଜେନ୍ଦ୍ର ପାଣ୍ତେ (୩୩) ପାଇକମାଲ ଥାନାରେ ଅଭିଯୋଗ କରିଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ ରାଜେନ୍ଦ୍ର ଓ ତାଙ୍କ ପତ୍ନୀ ଟିକେଶ୍ବରୀ, ଝିଅ କୌଶଲ୍ୟା (୮) ଓ ପୁଅ ଭରତ (୫) ନିଜ ଜମିକୁ ଇଟା ଗଢିବା ପାଇଁ ରବିବାର ସକାଳେ ଯାଇଥିଲେ। ଅପରାହ୍ଣ ପ୍ରାୟ ୩ଟାରେ ରାଜେନ୍ଦ୍ର ନିଜର ପୁଅ ଓ ଝିଅକୁ ଘରକୁ ପଠାଇ ଦେଇଥିଲେ। ପତ୍ନୀଙ୍କ ସହ ସନ୍ଧ୍ୟା ୬ଟାରେ ଘରକୁ ଫେରି ପୁଅ ଏକା ଥିବା ଦେଖି ଝିଅକୁ ଖୋଜାଖୋଜି କରିଥିଲେ। ନପାଇବାରୁ ପାଇକମାଳ ଥାନାକୁ ଫୋନରେ କହିବା ପରେ ପୋଲିସ୍ ଖୋଜାଖୋଜି କରି ବିଫଳ ହୋଇଥିଲା।

 

ସୋମବାର ରାଜେନ୍ଦ୍ର ପାଇକମାଳ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ । ଏପଟେ ଯୋଗେନ୍ଦ୍ରନାଥପୁର ଗ୍ରମର କେତେଜଣ ଗ୍ରାମବାସୀ ନିକଟସ୍ଥ ଜଙ୍ଗଲରୁ ଜ​‌େ​‌ଣ ନାବାଳିକାର କ୍ଷତାକ୍ତ ମୃତଦେହ ଦେଖିବାକୁ ପାଇ ଥାନାକୁ ଖବର ଦେଇଥିଲେ। ଆଇଆଇସି ବିଶ୍ବଜିତ୍ ମନବୋଧ ତଦନ୍ତ ଆାରମ୍ଭ କରିଥିଲେ। ପରୋପରେ ଡିଆଇଜି ନରସିଂଙ୍ଗ ଭୋଳ, ଏସପି ପଦ୍ମିନୀ ସାହୁ, ଏସଡିପିଓ ପ୍ରଦୀପ ସାହୁ ଓ ବଲାଙ୍ଗିରରୁ ଅନୁସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଦଳ ପହଞ୍ଚି ସରଜମିନ ତଦନ୍ତ କରିଥିଲେ। ଏନେଇ ଏସପି ପଦ୍ମିନୀ ସାହୁଙ୍କୁ ପଚାରିବାରୁ ତଦନ୍ତ ଚାଲିଛି, ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସବୁ ଘଟଣା ଜଣା ପଡିବ ବୋଲି ସେ କହିଥିଲେ। ଉଲ୍ଲେଖଯୋଗ୍ୟ ଯେ ଦୁଇବର୍ଷ ତଳେ ରଥିପୁର ଗ୍ରାମର ଜଣେ ବ୍ୟକ୍ତି ରାଜେନ୍ଦ୍ରଙ୍କ ଘରେ ପଶି ତାଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମକରି ଧରା ପଡିଥିଲା। ଗ୍ରାମରେ ଏକ ସଭା କରାଯାଇ ସମାଧାନ କରାଯାଇଥିଲା। ଉକ୍ତ ଯୁବକ ଏହି କାଣ୍ଡ ଭିଆଇଥିବା ରାଜେନ୍ଦ୍ର ସନ୍ଦେହ କରୁଛନ୍ତି। ଘଟଣାଟି ଅଞ୍ଚଳ ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Comments
Loading...