ରେତ ନଦୀର ସ୍ରୋତରେ ଭାସି ଯାଇ ନାବାଳିକା ମୃତ,ପୁଲିସ ତଦନ୍ତ ଜାରି

ଲାଞ୍ଜିଗଡ : ଲାଞ୍ଜିଗଡ ବ୍ଳକ ଦୁର୍ଗମ ଅଞ୍ଚଳରେ ସଚେତନତା ଅଭାବରୁ ଅନେକ ଶିଶୁଙ୍କ ଜୀବନ ଯାଉଛି । ଗତକାଲି ବନ୍ଧପାରି ପଞ୍ଚାୟତର କୁଟୁରୁଗୁଡା ଗାଁର ଦୁଇ ଜଣ ଶିଶୁ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଥିବା ୨୪ଘଣ୍ଟା ନ ପୁରୁଣୁ ପୁଣି ଏକ ନାବାଳିକାର ମୃତ୍ୟୁ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ବିଶ୍ୱନାଥପୁର ପୁଲିସର ସୂଚନା ଅନୁଯାୟୀ ବନ୍ଧପାରି ପଂଚାୟତ ଅନ୍ତର୍ଗତ କୁକେଲକୁବୁରୀ ଗାଁର କାନ୍ଦୁ କରୁଆଙ୍କ ନାବାଳିକା ଝିଅ ଦୀପିକା କରୁଆ(୧୨) ଆଜି ଗାଁ ନିକଟସ୍ତ ରେତ ନଦୀ କୁ ଗାଧୋଇବା ପାଇଁ ଯାଇଥିବା ବେଳେ ନଦୀ ସ୍ରୋତରେ ଭାସି ଯାଇ ମୃତ୍ୟୁ ବରଣ କରିଛି । ଏହି ଘଟଣା ଘଟିବା ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଖବର ପାଇ ବିଶ୍ୱନାଥପୁର ପୁଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିବା ଜଣାପଡ଼ିଛି । ତଦନ୍ତ ପରେ ସମସ୍ତ କଥା ସାମ୍ନାକୁ ଆସିବ ବୋଲି ବିଶ୍ୱନାଥପୁର ଥାନା ଅଧିକାରୀ ରୁନୁ କୁମାରୀ ମାଝୀ ପ୍ରକାଶ କରିଛନ୍ତି ।

Comments are closed.