ନାବାଳିକା ଅପହରଣକାରୀ ନାବାଳକ ଅଟକ

ବଡ଼ସାହି: ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଞ୍ଚଳରୁ ଅପହରଣ ହୋଇଥିବା ଜନୈକା ନାବାଳିକା ଅପହରଣକାରୀକୁ ପୁଲିସ ଅଟକ ରଖି ପଚରାଉଚୁରା କରୁଛି। ଅପହୃତ୍ତା ଓ ଅପହରଣକାରୀ ଉଭୟେ ନାବାଳିକା/ନାବାଳକ ହୋଇଥିବାରୁ ତଦନୁଯାୟୀ ପୁଲିସ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିଛି।

ଜୁଲାଇ ୧୭ତାରିଖରେ ନାବାଳିକା ନିଖୋଜ ହେବା ପରେ ବାପା-ମା’ ଖୋଜାଖୋଜି କରି ନ ପାଇବାରୁ ୧୯ ତାରିଖରେ ବଡ଼ସାହି ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ତେବେ ମାସକ ପରେ ବାପା-ମା’ ଝିଅକୁ ପାଇବା ପରେ ଥାନାରେ ପହଞ୍ଚି ସମସ୍ତ ଘଟଣା କହିଥିଲେ। ତଦନୁଯାୟୀ ପୁଲିସ୍‍ ଅପହରଣକାରୀକୁ ଅଟକ ରଖି ଅଧିକ ତଦନ୍ତ କରୁଛି।

Comments are closed.