ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ମାର୍ଗଦର୍ଶିକା

ନୂଆଦିଲ୍ଲୀ : ସଂପ୍ରତି ଦେଶର ବିଭିନ୍ନ ଭାଗରେ କାର୍ଯ୍ୟ ସଂପାଦନ ସମୟରେ ଗଣମାଧ୍ୟମର ପ୍ରତିନିଧି କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବାରୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଛାପା  ଓ ବୈଦ୍ୟୁତିକ ଗଣମାଧ୍ୟମ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି ।

ରିପୋର୍ଟର, କ୍ୟାମେରାମ୍ୟାନ, ଫଟୋଗ୍ରାଫରଙ୍କ ସମେତ ଗଣମାଧ୍ୟମର ବ୍ୟକ୍ତି ବିଶେଷ ଯେଉଁମାନେ ଦେଶର ବିଭିନ୍ନ  ଭାଗରେ କରୋନା ସଂକ୍ରମଣ ଘଟଣା ସଂପର୍କରେ ତଥ୍ୟ ସଂଗ୍ରହ କରୁଛନ୍ତି ସେମାନେ ଏକାଧିକ ସ୍ଥାନକୁ ଯାଉଛନ୍ତି । ଏଥିରେ ସଂକ୍ରମିତ ଅଞ୍ଚଳ, ହଟସ୍ପଟ ଓ ଅନ୍ୟାନ୍ୟ ସମ୍ବେଦନଶୀଳ ଅଞ୍ଚଳ ଆଦି ରହିଛି । ତେଣୁ ଏହିସବୁ ସ୍ଥାନକୁ ଯିବାବେଳେ ଗଣମାଧ୍ୟମର ପ୍ରତିନିଧି ଓ ବ୍ୟକ୍ତି ବିଶେଷ ଉପଯୁକ୍ତ ସ୍ୱାସ୍ଥ୍ୟଗତ ସୁରକ୍ଷା ଓ ସତର୍କତା  ଅବଲମ୍ବନ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି । ଆହୁରି ମଧ୍ୟ ସଂଯୁକ୍ତ ମିଡିଆର ପରିଚାଳନା କର୍ତ୍ତୃପକ୍ଷ ନିଜନିଜର ଅଫିସ କର୍ମଚାରୀ ଓ କ୍ଷେତ୍ରରେ କାର୍ଯ୍ୟକରୁଥିବା କର୍ମଚାରୀଙ୍କ ଆବଶ୍ୟକ ଯତ୍ନ ନେବାକୁ ମନ୍ତ୍ରଣାଳୟ କହିଛି ।

ପୂର୍ଣ୍ଣାଙ୍ଗ ମାର୍ଗଦର୍ଶିକା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୱେବସାଇଟ ଲିଙ୍କ https://mib.gov.in/sites/default/files/advisory ରୁ ମିଳିପାରିବ ।

Comments are closed.