ପରିବେଶ ସୁରକ୍ଷା ପାଇଁ ନିର୍ମାଣ ହେବ ସ୍ମାର୍ଟ କ୍ୟାମ୍ପସ୍‍

ନୂଆଦିଲ୍ଲୀ: କେନ୍ଦ୍ର ଜଙ୍ଗଲ ପରିବେଶ ମନ୍ତ୍ରଣାଳୟ ସ୍ମାର୍ଟ କ୍ୟାମ୍ପସ୍‍ ନିର୍ମାଣ ଦିଗରେ କାର୍ଯ୍ୟ କରୁଛି ଏବଂ ଏଥିରେ ଛାତ୍ରଛାତ୍ରୀମାନଙ୍କୁ ସବୁଜ ଏବଂ ସ୍ୱଚ୍ଛ କ୍ୟାମ୍ପସ୍‍ ସୃଷ୍ଟି କରିବା ଦିଗରେ ସାମିଲ କରାଯିବ। ଜୟପୁରସ୍ଥିତ ମାଲବ୍ୟ ଜାତୀୟ ବୈଷୟିକ ପ୍ରତିଷ୍ଠାନର ଏକ କାର୍ଯ୍ୟକ୍ରମରେ ଯୋଗଦେବା ପରେ କେନ୍ଦ୍ର ପରିବେଶ ଓ ଜଙ୍ଗଲମନ୍ତ୍ରୀ ପ୍ରକାଶ ଜାବଡେକର ଗଣମାଧ୍ୟମକୁ କହିଛନ୍ତି, ଏହି ଯୋଜନାରେ ଜଳ ସଂରକ୍ଷଣ ପାଇଁ ବ୍ୟବହୃତ ଜଳକୁ ପୁନଃ ବ୍ୟବହାରକ୍ଷମ କରାଯିବ। ସେ କହିଛନ୍ତି, ପରିବେଶ ଏବଂ ଜଳ ସୁରକ୍ଷା ସଂପର୍କରେ ଏହି ଯୋଜନା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ।

ସେ କହିଛନ୍ତି, ଏହାକୁ ସେମାନଙ୍କ ପାଠ୍ୟକ୍ରମରେ ଏକ ଅଂଶ ଭାବେ ସାମିଲ କରାଯିବ। ସେହିପରି ଆଗାମୀ ଦିନରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ସ୍କୁଲ୍‍ ନର୍ସରୀ ଯୋଜନା ପ୍ରଣୟନ କରାଯିବ। ମନ୍ତ୍ରୀ ସ୍ଵଛ କ୍ୟାମ୍ପସ ସୃଷ୍ଟି ଦିଗରେ ଗ୍ରହଣ କରାଯାଉଥିବା ପଦକ୍ଷେପ ପାଇଁ ମାନବ ସଂସାଧନ ମନ୍ତ୍ରାଳୟକୁ ପ୍ରଶଂସା କରିଛନ୍ତି।

Comments are closed.