ଉଡ଼ନ୍ତା ବିମାନରେ ଅସୁସ୍ଥ ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ କେନ୍ଦ୍ରମନ୍ତ୍ରୀ ଡାକ୍ତର ଭଗବତ

ନୂଆଦିଲ୍ଲୀ: ବିମାନ ଯାତ୍ରା ସମୟରେ ଜଣେ ଯାତ୍ରୀ ହଠାତ୍ ଗୁରୁତର ଅସୁସ୍ଥ ହୋଇପଡିଥିବାବେଳେ କେନ୍ଦ୍ରମନ୍ତ୍ରୀ ଡାକ୍ତର ଭଗବତ କିଷାନ ରାଓ କରଦ ତାଙ୍କୁ ଚିକିତ୍ସା ପୂର୍ବକ ଜୀବନ ବଞ୍ଚାଇଛନ୍ତି। ଡାକ୍ତରରୁ ମନ୍ତ୍ରୀ ହୋଇଥିବା ଭଗବତଙ୍କ ଏପରି କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ରିପୋର୍ଟ ଅନୁଯାୟୀ ନଭେମ୍ବର ୧୫ ତାରିଖରେ ଦିଲ୍ଲୀ-ମୁମ୍ବଇ ଇଣ୍ଡିଗୋ ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ଅସୁସ୍ଥ ହୋଇପଡିଥିଲେ। ଉକ୍ତ ବିମାନରେ ଯାତ୍ରା କରୁଥିବା କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡାକ୍ତର କରଦ ତାଙ୍କୁ ତୁରନ୍ତ ଚିକିତ୍ସା କରିଥିଲେ। କରଦ ତାଙ୍କ ମନ୍ତ୍ରୀ ପ୍ରୋଟୋକଲ ବାବଦରେ କୌଣସି ଚିନ୍ତା କରି ନ ଥିଲେ। ଫଳରେ ଯାତ୍ରୀ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ବାଭାବିକ ହୋଇଥିଲା। ରକ୍ତ ଚାପ ହ୍ରାସ ଯୋଗୁଁ ଯାତ୍ରୀ ଜଣଙ୍କ ବିମାନ ମଧ୍ୟରେ ପଡିଯାଇଥିଲେ।

Comments are closed.