ଆଇଜିଏଚ ଅସନ୍ତୋଷ, ଧର୍ମେନ୍ଦ୍ରଙ୍କୁ ଚିଠି ଲେଖିଲେ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ

ରାଉରକେଲାର ଆଇଜିଏଚକୁ ୨୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଟି ହସ୍ପିଟାଲ କରାଯାଇଥିବା ବେଳେ ମେଡିକାଲ କଲେଜ କରାଯାଇନଥିବା ଦର୍ଶାଇ ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କେନ୍ଦ୍ର ପେଟ୍ରୋଲିୟମ୍‍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଛନ୍ତି। ସେ ଦର୍ଶାଇଛନ୍ତି ଯେ, ୨୦୧୫ ଏପ୍ରିଲ ୨ରେ ପ୍ରଧାନମନ୍ତ୍ରୀ ରାଉରକେଲା ଗସ୍ତ ସମୟରେ ଇସ୍ପାତ ଜେନେରାଲ ହସ୍ପିଟାଲକୁ ଏକ ମେଡିକାଲ କଲେଜ ଏବଂ ସୁପର ସ୍ପେସିଆଲିଟି ହସ୍ପିଟାଲରେ ବିକଶିତ କରିବା ନେଇ ଘୋଷଣା କରିଥିଲେ। ପୂର୍ବତ୍ତନ ଇସ୍ପାତ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ମଧ୍ୟ ଏ ନେଇ ଆଶ୍ୱାସନା ଦେଇଥିଲେ। ହେଲେ ଏବେ କେବଳ ସୁପର ସ୍ପେସିଆଲିଟି ହସ୍ପିଟାଲ କରାଯାଇଛି। ତେଣୁ ମେଡିକାଲ କଲେଜ କୁଆଡ଼େ ଗଲା ବୋଲି ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶ୍ନ କରିଛନ୍ତି।

ସେ ଲେଖିଛନ୍ତି, ପ୍ରତିଶ୍ରୁତି ପୂରଣ ନହେବାରୁ ସୁନ୍ଦରଗଡ଼ ଏବଂ ରାଉରକେଲାବାସୀ ନିରାଶ ଏବଂ ଦୁଃଖିତ। ତେଣୁ ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ଗମ୍ଭୀରତାର ସହିତ ଗ୍ରହଣ କରି ମେଡିକାଲ କଲେଜର ନିର୍ମାଣ ଶୀଘ୍ର କରନ୍ତୁ ବୋଲି ଚିଠିରେ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଲେଖିଛନ୍ତି।

Comments are closed.