ମିନି ଟ୍ରକ ଓଲଟି ୧୨ ଆହତ

0

ଦେବଗଡ: ଦେବଗଡ ଥାନା ଅନ୍ତର୍ଗତ ଗଇଲୋ ଘାଟି ରାସ୍ତାରେ ସୋମବାରରେ ଏକ ମିନି ଟ୍ରକ ଓଲଟି ୧୨ଜଣ ଯାତ୍ରୀ ଆହତ ହୋଇଥିବା ଜଣା ପଡିଛି। ସେମାନଙ୍କ ମଧ୍ୟରୁ ୪ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ସୋମବାର ସକାଳେ ଲଇମୁରା-କୈଳାଶ ଘାଟି ରାସ୍ତା ଦେଇ ଏକ ମିନି ଟ୍ରକ ଦେବଗଡ ଅଭିମୁଖେ ଯାଉଥିଲା। ବାଟରେ ଗୋଇଲୋ ଗ୍ରାମରେ ପ୍ରାୟ ୧୫ଜଣ ଯାତ୍ରୀ ଟ୍ରକଟିରେ ଚଢିଥିଲେ। ଟ୍ରକଟି ୨/୩ କି.ମି ଯିବା ପରେ ଭାରସାମ୍ୟ ହରାଇ ଘାଟିରେ ଥିବା ଏକ ଗାର୍ଡୱାଇରେ ପିଟି ହୋଇ ରାସ୍ତା ଉପରେ ଓଲଟି ପଡିଥିଲା। ଫଳରେ ୧୨ଜଣ ଯାତ୍ରୀ ଆହତ ହୋଇଥିଲେ। ଖବର ପାଇ ଦମକଳ ବାହିନୀ ଓ ଆମ୍ବୁଲାନ୍ସ ଘଟଣାସ୍ଥଳକୁ ଯାଇ ଆହତ ମାନଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଆହତମାନଙ୍କ ମଧ୍ୟରୁ ଗୋଇଲୋ ଗ୍ରାମର ଲଭଲୀ ଅଢା (୫) ଓ ତାଙ୍କ ମାଆ ପଦ୍ମିନୀ ଅଢା (୩୫), ଇଶ୍ୱରୀ ଦେହୁରୀ ଓ ନାଗେଶ୍ୱରୀ ଅଢାଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡିଛି।

Leave A Reply