ପୂର୍ବତନ ନେତା ଅଶୋକ ଦାସଙ୍କ ସ୍ମୃତିରେ ଆୟୋଜିତ ମିନିମାରାଥନ

ଯାଜପୁର: ଆଜି ହେଉଛି ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ। ବିବେକାନନ୍ଦଙ୍କ ଜୟନ୍ତୀକୁ ସାରା ଦେଶରେ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ଯାଜପୁରର ବରପୁତ୍ର ତଥା ରାଜ୍ୟର ପୂର୍ବତନ ବିରୋଧୀ ଦଳ ନେତା ଅଶୋକ ଦାସ ପାଂଉଣ୍ଡେସନ ପକ୍ଷରୁ ଏକ ମିନି ମାରାଥନର ଆୟୋଜନ କରାଯାଇଛି। ରାମକୃଷ୍ଣ ମିଶନର ସ୍ୱାମୀ ଦେବେଶାନନ୍ଦ ମହାରାଜ ପତାକା ହଲାଇ ଏହି ମିନିମାରାଥନକୁ ଉଦଘାଟନ କରିଥିଲେ। ମିନି ମାରାଥନ ମାଳଆନନ୍ଦପୁର ରୁ ଆରମ୍ଭ ହୋଇ ବାଳାଶ୍ରମ ପଡିଆରେ ଶେଷ ହୋଇଥିଲା। ମାରାଥନରେ ତିନି ହଜାରରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ କୃତୀ ପ୍ରତିଯୋଗୀଙ୍କୁ ପାଂଉଣ୍ଡେସନ ପକ୍ଷରୁ ପୁରସ୍କୃତ କରାଯାଇଥିଲା।

ଏହି ମାରାଥନ କାର୍ଯ୍ୟକ୍ରମରେ ଯାଜପୁର ଏସପି, ଉପଜିଲାପାଳ ଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ। ପ୍ରାୟ ୧୨ କିମି ବ୍ୟାପି ଅନୁଷ୍ଠିତ ହୋଇଥିବା ଏହି ମାରାଥନରେ ପୁରୁଷ ବିଭାଗରେ ମାଲକାନଗିରିର ଭୁଦ୍ରା ବିଶାୟକ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ମହିଳା ବିଭାଗରେ ଖୋର୍ଦ୍ଧା ଜିଲାର ସମସାଦା ବେଗମ ପ୍ରଥମ ସ୍ଥାନ ହାସଲ କରିଥିଲେ। ଏଭଳି ମାରାଥନ ଆୟୋଜନ ଫଳରେ ପ୍ରତିଯୋଗୀମାନେ ଅଧିକ ଉତ୍ସାହିତ ହୋଇଥିଲେ। ଆଗକୁ ଏଭଳି ଉଦ୍ୟମ ଜାରି ରହିଲେ ଅଧିକରୁ ଅଧିକ ପ୍ରତିଭା ବାହାରି ପାରିବେ ବୋଲି ମତପ୍ରକାଶ ପାଇଥିଲା।

ପ୍ରଥମ ପ୍ରତିଯୋଗୀଙ୍କୁ ନଗଦ ୨୦ ହଜାର ଟଙ୍କା ଦ୍ୱିତୀୟ ପ୍ରତିଯୋଗୀଙ୍କୁ ୧୫ ହଜାର ଏବଂ ତୃତୀୟ ପ୍ରତିଯୋଗୀଙ୍କୁ ୧୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି। ସେହିଭଳି ଉଭୟ ବର୍ଗର ୭ ଜଣ ଲେଖାଏଁ ପ୍ରତିଯୋଗୀଙ୍କୁ ସାନ୍ତ୍ୱନାମୂଳକ ଭାବେ ୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା।

Comments are closed.